Thursday, November 12, 2026
Home ଆଞ୍ଚଳିକ ରାୟଗଡା ଜିଲ୍ଲା ପାଳଙ୍କର ଗାଈ ଗୁହାଳ ଜାଲିଆତି ତଦନ୍ତ ଆଦେଶକ ବେଖାତିର କରିଲେ ଜିଲ୍ଲା...

ରାୟଗଡା ଜିଲ୍ଲା ପାଳଙ୍କର ଗାଈ ଗୁହାଳ ଜାଲିଆତି ତଦନ୍ତ ଆଦେଶକ ବେଖାତିର କରିଲେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ

120

ବିଷମକଟକ,୩/୧୧(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ପଚାୟତ ରେ ଗାଈ ଗୁହାଳ ଦୁର୍ନୀତି ସମ୍ପର୍କରେ ରାୟଗଡା ଜିଲ୍ଲା ପାଳ ପ୍ରମଦ କୁମାର ବେହେରା କୁ ଯୋଗାଯୋଗ କରିବାପରେ ସେ ରାୟଗଡା ସିଡିଭିଓ କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମାତ୍ର ତଦନ୍ତ ତଦନ୍ତ ରେ ହି ରହିଗଲା।କାରଣ ଏଠି ବିଷମକଟକ ଭିଏସ୍ ଓ ରାୟଗଡା ସିଡିଭିଓ ଦେବେନ୍ଦ୍ର ନାଥ ବିଶ୍ବାଳ ଏବଂ ହାଟମୁନିଗୁଡା ଏଲ୍ ଆଇ କମି ମହାପାତ୍ର ମଧ୍ୟ ଗାଈ ଗୁହାଳ ଦୁର୍ନୀତି ରେ ସାମିଲ ଥିବା ମନେ ହେଉଛି।କାରଣ ହାଟମୁନିଗୁଡା ପଚାୟତ ରେ ଗାଈ ଗୁହାଳ ନାମରେ ବ୍ୟାପକ ଦୁର୍ନୀତି ହୋଇଛି।ଯେଉଁ ମାନଙ୍କ ର ଗୋଟିଏ ମଧ୍ୟ ଗାଈଗୋରୁ ନାହାନ୍ତି ସେମାନଙ୍କୁ କିପରି ଚୟନ କରି ପଚାୟତ ର ଅଧିକାରୀ ଓ ହାଟମୁନିଗୁଡା ଏଲ୍ ଆଇ ଜାଲିଆତି ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଗାଈ ଗୁହାଳ ଯୋଗାଇ ଦିଆଯାଇଛି ଏବଂ ଯେଉଁ ହିତାଧିକାରୀଙ୍କ ଗାଈଗୋରୁ ଅଛନ୍ତି ସେମାନଙ୍କୁ ଅଯୋଗ୍ୟ କରି ଗାଈଗୋରୁ ତାଲିକା ରୁ ହଟାଇ ଦିଆ ଯାଇଛି। ଏଥିରେ ଜଣା ପଡୁଛି ଯେ ରାୟଗଡା ଜିଲ୍ଲା ପାଳ କର ତଦନ୍ତ ଆଦେଶକୁ କିପରି ବେଖାତିର କରିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଦେବେନ୍ଦ୍ର ନାଥ ବିଶ୍ୱାଳ। କାରଣ ଏଠି ସମସ୍ତ କ ହାତ ଥିବା ଜଣାପଡିଛି। ଏ ନେଇ ଆମେ ବିଷମକଟକ ଭି ଏ ସ୍ କୁ ଯୋଗାଯୋଗ କରିବା ପରେ ସେ ଆମକୁ ତଦନ୍ତ କରିବା ବାହାନାରେ ଦିନ ପରେ ଦିନ ଗଢାଇ ନେଉଛନ୍ତି। ସପ୍ତାହ ଭିତରେ ତଦନ୍ତ କରି ଦୋଷୀ କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାୟଗଡା ଭିଜିଲାନ୍ସ ବିଭାଗ କୁ ସମସ୍ତ ତଥ୍ୟ ଦେବାକୁ ବୁଦ୍ଧି ଜୀବି ମାନେ ମତ ପ୍ରକାଶ କରିଛନ୍ତି ।

ରିପୋର୍ଟ ପ୍ରସନ କୁମାର ପଣ୍ଡା