
ରାୟଗଡ଼ା,୦୩-୧୧-୨୦୨୦(ଜିଲ୍ଲା ଖବର): ମୁନିଗୁଡା ଥାନା ସଦର ମହକୁମା ମିନି ଷ୍ଟାଡିୟମ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ମୁନିଗୁଡା ଥାନା ଅନ୍ତର୍ଗତ ଅସୁରପଡା ଗ୍ରାମର ରୋହିଦାସ ଗରଡିଆ ବୋଲି ଜଣା ପଡ଼ିଛି । ରୋହିଦାସ ବିଷମକଟକ ନିକଟ ବାଲି ପଦର ଗ୍ରାମ ରୁ ନିଜ ଗାଁକୁ ଫେରୁଥିବା ବେଳେ ଷ୍ଟାଡିୟମ ନିକଟରେ ଅଜଣା ଗାଡ଼ି ଧକ୍କା ଦେଇଥିବା ଜଣାପଡିଛି । ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା ବେଳେ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୋହିଦାସ ଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ରିପୋର୍ଟ: ପ୍ରସନ୍ନ ପଣ୍ଡା



