Saturday, October 10, 2026
Home ଆଞ୍ଚଳିକ ବିନା ଭକ୍ତରେ ପାଳିତ ହେଉଛି କାର୍ତିକ ସୋମବାର

ବିନା ଭକ୍ତରେ ପାଳିତ ହେଉଛି କାର୍ତିକ ସୋମବାର

52

ବାଲିଗୁଡା,୦୩-୧୧-୨୦୨୦ ( ଜିଲ୍ଲା ଖବର ): ପବିତ୍ର ଧର୍ମର ମାସ କାର୍ତ୍ତିକ । ମାସର ପ୍ରଥମ ସୋମବାରରେ ଅଞ୍ଚଳର ସମସ୍ତ ଶୈବପୀଠ ଗୁଡିକ ଚଳ ଚଞ୍ଚଳ ହବା କଥା କିନ୍ତୁ କରୋନା ମହାମାରୀ ଯୋଗୁ ବିଭିର୍ଣ୍ଣ ମନ୍ଦିର ଗୁଡିକ ଭକ୍ତ ଶୂନ୍ୟ ହୋଇ ପଡିଛି । ଜଗନ୍ନାଥ ମନ୍ଦିର ଭିତରେ ପରମ୍ପରା ଓ ବିଧିରକ୍ଷା କରିବାକୁ ଯାଇ ପୂର୍ବ ରୀତିନୀତି ଅନୁଯାୟୀ ସେବାୟତଙ୍କ ଦ୍ବାରା ଆଜି ପ୍ରଭୁଙ୍କ ନୀତିକାନ୍ତି କରାଯାଇଛି।ଆଜି ଭୋର ଚାରି ଘଣ୍ଟ ସମୟରେ ପହଡ ଖୋଲାଯାଇ ମଙ୍ଗଳ ଆଳତୀ ମାଘସ୍ନାନ ପରେ ଠାକୁରଙ୍କୁ ସୁସଜ୍ଜିତ ପୁଷ୍ପରେ ସଜ୍ଜିତ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପହଡ ଖୋଲା ଯାଇଥିଲା ହେଲେ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁ ମନ୍ଦିରକୁ ଆସୁ ନଥିବାରୁ ଭକ୍ତବୀହୀନ ମନ୍ଦିର ହୋଇପଡିଛି | ଅଞ୍ଚଳର ସମସ୍ତ ଶୈବ ପିଠ କାର୍ତ୍ତିକ ମାସର ପ୍ରତ୍ଯକ ସୋମବାରରେ ପ୍ରବଳ ଜନସମାଗମ ହେଉଥିଲା ବେଳେ ଫାଙ୍କା ପଡିଛି ସମସ୍ତ ମନ୍ଦିର। ହେଲେ ବିନା ଭକ୍ତରେ ପାଳିତ ହେଉଛି କାର୍ତିକ ସୋମବାର |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ