Wednesday, July 22, 2026
Home ଆଞ୍ଚଳିକ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର ପରଲୋକ

ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର ପରଲୋକ

43

ଖୋର୍ଦ୍ଧା,୩/୧୧(ଜିଲ୍ଲା ଖବର) : ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ସିନେମାଟୋଗ୍ରାଫର, ଚିତ୍ରନାଟ୍ୟ ଲେଖକ ଓ କାହାଣୀକାର ରାଜୁ ମିଶ୍ର ଆଉ ନାହାନ୍ତି । ସୋମବାର ମଧାହ୍ନରେ ଜଟଣୀସ୍ଥିତ ବାସଭବନରେ ହୃଦ୍‌ଘାତ ଯୋଗୁଁ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଶ୍ରୀ ମିଶ୍ରଙ୍କ ପତ୍ନୀ ପ୍ରତିମା ମିଶ୍ରଙ୍କ କହିବାନୁସାରେ କୌଣସି କାମ ପାଇଁ ବ୍ୟାଙ୍କକୁ ଯାଇ ଘରକୁ ଫେରିବା ପରେ ସୋଫାରେ ବସୁ ବସୁ ସେ ଟଳି ପଡ଼ିଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜୁ ମିଶ୍ରଙ୍କ ପରଲୋକ ଖବର ପାଇ । ସିନେମା, ସିରିଏଲ ଜଗତର ବହୁ ଜଣାଶୁଣା ବ୍ୟକ୍ତିତ୍ଵ । ଚକାଆଖ୍ ସବୁ ଦେଖୁଛି, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା ପରି ଚଳଚ୍ଚିତ୍ର ନିର୍ମାଣ କରି ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ. ବିଶେଷତଃ ନବେ ଦଶକରେ ଅନେକ ସୁପର ହିଟ୍ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା ।

ରିପୋର୍ଟ ସଞ୍ଜୀବ କୁମାର ।