Tuesday, October 13, 2026
Home ଆଞ୍ଚଳିକ ପ୍ରତି ପଞ୍ଚାୟତରେ ଘରକୁ ଘର ବୁଲି କୋଭିଡ୍ ପରୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟକର୍ମୀ

ପ୍ରତି ପଞ୍ଚାୟତରେ ଘରକୁ ଘର ବୁଲି କୋଭିଡ୍ ପରୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟକର୍ମୀ

120

ବାଲିଗୁଡ଼ା,୩/୧୧ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ମହାମାରୀ କେରୋନା ର ମୁକାବିଲା କରିବାପାଇଁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ । କରୋନା ର ମୁକାବିଲା ପାଇଁ ଦୀର୍ଘ ଆଠମାସରୁ ଉର୍ଦ୍ଧ ହେଲା ବିଭିନ୍ନ ପ୍ରକାର ପ୍ରୟାସ ଚଳାଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ସମୟରେ ଘରକୁ ଘର ବୁଲି ଅଞ୍ଚଳବାସୀଙ୍କ ପରୀକ୍ଷା କରୁଛନ୍ତି ମେଡିକାଲ କର୍ମଚାରୀ | ଏଭଳି କାର୍ଯ୍ୟକ୍ରମ ବାଲିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳୁଛି | ସେଥି ମଧ୍ୟରେ ବାଟାଗୁଡ଼ା ପଞ୍ଚାୟତ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ଦିଗାଳ ମଧ୍ୟ ନିଜ ସହକର୍ମୀଙ୍କ ସହ ମିଶି ପଞ୍ଚାୟତର ପ୍ରତି ଗାଁ କୁ ଯାଇ ଅଞ୍ଚଳବାସୀଙ୍କ କରୋନା ପରୀକ୍ଷା କରିବାସହ ଅଞ୍ଚଳବାସୀଙ୍କ ସଚେତନ ମଧ୍ୟ କରାଉଥିବା ର ଜଣାପଡ଼ିଛି । ବର୍ତ୍ତମାନ ଶୀତ ରୁତୁ ହୋଇଥିବାରୁ ପ୍ରତିବର୍ଷ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ହୋଇଥାଏ । ଏଣୁ ଏଭଳି କାର୍ଯ୍ୟକ୍ରମ ଜିଲ୍ଲାରେ ଜାରି ରଖିବା ସହ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଆହୁରି ଅଧିକ ସଚେତନ କରାଇବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।