ପରିବାର ରୁ ହିଁ ଆରମ୍ଭ ହେବ ମହିଳା ସଶକ୍ତିକରଣ ସୋସାଇଟି ଚେଞ୍ଜର୍ସ ତରଫରୁ “ମହିଳା ସଶକ୍ତିକରଣ ଓ ଆମ ପରିବାର” ଶୀର୍ଷକ ୱେବିନାର ଆୟୋଜିତ

16

କଟକ,୨/୧୧(ଜିଲ୍ଲା ଖବର) : ସୋସାଇଟି ଚେଞ୍ଜର୍ସ ତରଫରୁ “ମହିଳା ସଶକ୍ତିକରଣ ଓ ଆମ ପରିବାର” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠାନ ର ସଭାପତି ସାରଦା ପ୍ରସାଦ ଦାସଙ୍କ ସଭାପତିତ୍ବରେ ଭର୍ଚୁଆଲ ପ୍ଲାଟଫର୍ମ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ୱେବିନାର ରେ ରାଉରକେଲାର ସାମାଜିକକର୍ମୀ ତଥା ଆଇନଜୀବୀ ବବିତା ମହାପାତ୍ର ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଥିବା ବେଳେ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ର ଛାତ୍ର ତଥା ହରିଆନା ଜୀବିକା ମିଶନର କାର୍ଯ୍ୟରତ ସମଜକର୍ମୀ ଅରବିନ୍ଦ ଟେକମ,ଜୈବିକ କୃଷି ବିଶାରଦ କିଶୋର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମାଜରେ ନାରୀ ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପାଇଁ କ୍ଷୋଭ ପ୍ରକାଶ କରିବା ସହ ନାରୀ ମାନଙ୍କ ଆର୍ଥିକ,ସାମାଜିକ ଓ ରାଜନୈତିକ ସଶକ୍ତିକରଣ ଲାଗି ପରିବାର ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ପ୍ରକାଶ କରିଥିଲେ। ପରିବାରରେ ଗୋଟେ ଝିଅ କୁ ଅବଳା ଦୁର୍ବଲା ବିଚାର ନକରି ଘରର ପୁଅକୁ ଯେତିକି ଗୁରୁତ୍ବ ଦିଆ ଯାଉଛି ଝିଅକୁ ବି ସମାନ ଗୁରୁତ୍ଵ ଦିଆଯିବା ଉଚିତ୍ ବୋଲି ପ୍ରକାଶ କରିଥିଲେ। ସରକାରୀ କାର୍ଯ୍ୟକ୍ରମ ସହ ପାରିବାରିକ ପ୍ରୋତ୍ସାହନ ଦ୍ଵାରା ହିଁ ଝିଅ ଟେ ଆଗକୁ ବଢ଼ି ପାରିବ ଓ ଆତ୍ମନିର୍ଭରୀଳ ହୋଇ ପାରିବ ତଦ୍ୱାରା ମହିଳା ସଶକ୍ତିକରଣ ସମ୍ଭବପର ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ କୁ ଶିବ ପ୍ରସାଦ ଦାସ ଓ ଇଂ ସଗରିକା ସ୍ୱାଇଁ ଯୁଗ୍ମ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଶ୍ରୀକୃଷ୍ଣ ମହାନ୍ତି ପ୍ରାରମ୍ଭିକ ସୂଚନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୁଳରୁ ସରୋଜିନୀ ପାଲ,ବଲାଙ୍ଗୀରରୁ ସୁଶାନ୍ତ ପ୍ରଧାନ, ଜଗତସିଂହପୁରରୁ ଅମ୍ଳାନ ବଦୁ , ଖୋର୍ଦ୍ଧାରୁ ପ୍ରମୋଦିନୀ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ ଡ଼ଃ. କୁମୁଦ ଚନ୍ଦ୍ର ବେହେରା ।