Saturday, November 14, 2026
Home ଆଞ୍ଚଳିକ ଆକ୍ରମରେ ଯୁବକ ଗୁରୁତର

ଆକ୍ରମରେ ଯୁବକ ଗୁରୁତର

39

ଗଞ୍ଜାମ,୨/୧୧ (ଜିଲ୍ଲା ଖବର) : ଗଞ୍ଜାମ ସହର ର ମେଡିକାଲ ରୋଡ଼ରେ, ଯୁବକ ଶ୍ବାମ ଘନ ସାହୁ (୨୫) ଆକ୍ରମଣର ଶିକାର ହୋଇ ଗୁରୁତ୍ତର ଆହାତ ହୋଇ ଚିକିତ୍ସା ପାଇଁ ମେଡିକାଲ ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲ ନିଆଯାଇଥିଲା ହେଲେ ଅର୍ଥ ଅଭାବରୁ ତାଙ୍କୁ ମେଡିକାଲ ରୁ ନିଜ ଘରକୁ ଫେରାଇ ଅଣାଯାଇଥିବା ସହରରେ ଚର୍ଚ୍ଚା ହେଉଛି। ଖବର
ଲେଖା ହେବା ପଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ପୋଲିସ କହିଛି । ଗଞ୍ଜାମ ସହର ଦୁର୍ଗାଦେବୀ ସାହିର ଏକ ଯୁବକ ଶ୍ବାମଘନ କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସହରରେ ଆଲୋଚନା ହେଉଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଁ ପୋଲିସ ଟିମ ଆକ୍ରମଣ କରିଥିବା ଯୁବକ କୁ ଖୋଜୁଛି।ଆକ୍ରମଣକାରୀ ଯୁବକ ଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି।

ରିପୋର୍ଟ ପ୍ରଦୀପ କୁମାର ସାହୁ।