
ଗଞ୍ଜାମ,୨/୧୧ (ଜିଲ୍ଲା ଖବର) : ଗଞ୍ଜାମ ସହରରେ ନିରାଡ଼ମ୍ବର ଭାବେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ କମ ସଂଖ୍ୟକ ପୂଜା କମିଟି ର କର୍ମକର୍ତ୍ତା ମାନଙ୍କୁ ନେଇ ଭାଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସହର ସ୍ଥିତ ବଡ ବଜାର ଭଷାଣି ଉତ୍ସବରେ ବଡବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି,ସମ୍ପାଦକ କାହ୍ନୁ ଚରଣ ପଣ୍ଡା,କୋଷାଧ୍ୟକ୍ଷ ଜି. ରାମଦାଶ୍ ରେଡି ପ୍ରମୁଖ ଙ୍କ ସହ ଅନ୍ୟାନ୍ୟ ସଙ୍ଘ ସଦସ୍ୟ ମାନେ ପୁଣ୍ୟତୋୟା ଋଷିକୂଲ୍ୟା ନଦୀରେ ମାଙ୍କ ମୃଣୟ ମୂର୍ତ୍ତି ଙ୍କୁ ନିରାଡ଼ମ୍ବର ଭାବେ ବିସର୍ଜନ କରିଥିଲେ। ସେହିପରି କୋଭିଡ ନିୟମାନୁଯାୟୀ ଦାମୋଦରପୁର ଗାମରେ ମଧ୍ୟ ମା ଗଜଲକ୍ଷ୍ମୀ ଙ୍କ ମୃଣୟ ମୂର୍ତ୍ତିକୁ ପୂଜା ମଣ୍ଡପ ଠାରୁ ପାଛୋଟି ନେଇ ଋଷିକୂଲ୍ୟା ନଦୀରେ ବିସର୍ଜନ କରାଯାଇଥିଲା।
ରିପୋର୍ଟ ପ୍ରଦୀପ କୁମାର ସାହୁ।


