
ବାଲିଗୁଡା,୨/୧୧( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ଜୁଆ ଖେଳ ଚାଲିଥିଲା | ଶନିବାର ରାତ୍ରରେ ଜୁଆ ଆଡ୍ଡାରେ ଚଢାଉ କରି ଫେରିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କୁ ମେରାମାହା ଛକରେ ଗାଁ ଲୋକେ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣ ଯୋଗୁ ଥାନା ଅଧିକାରୀ ରଂଜିତ ମୁନିଙ୍କ ମୁହଁରେ ଗଭୀର ଆଘାତ ଲାଗିଛି। ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଅଳ୍ପ ବହୁତ ଆହତ ହୋଇଥିବା ସୂଚନା ମିଳିଛି । କାଠ ଓ ପଥର ପକାଇ ରାସ୍ତା ଅବରୋଧ କରିବା ପରେ ଥାନା ଅଧିକାରୀ ଓ ପୋଲିସ ଟିମକୁ ଆକ୍ରମଣ କରାଯାଇଥିଲା ଓ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରି ଦେଇଥିବା ସୂଚନା ମିଳିଛି । ରବିବାର ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ଙ୍କ ନେତୃତ୍ୱରେ ମେରାମାହା ଗାଁରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଗ୍ରାମର ୬ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳିଛି । ତେବେ ଗିରଫଦାରି ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି l
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



