Sunday, November 15, 2026
Home ଆଞ୍ଚଳିକ ଅଲିଭ ରିଡ଼ଲେ ଙ୍କ ସୁରକ୍ଷା ନେଇ ଋଷିକୁଲ୍ୟା ମୁହାଁଣରେ ବନ ବିଭାଗ ପକ୍ଷରୁ ତତ୍ପରତା

ଅଲିଭ ରିଡ଼ଲେ ଙ୍କ ସୁରକ୍ଷା ନେଇ ଋଷିକୁଲ୍ୟା ମୁହାଁଣରେ ବନ ବିଭାଗ ପକ୍ଷରୁ ତତ୍ପରତା

33

ଗଞ୍ଜାମ,୨/୧୧ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଲିଭ ରିଡ଼ଲେ କଇଁଚ ଙ୍କ ଏନ୍ତୁଡ଼ିଶାଳ ଭାବେ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ସାମୁଦ୍ରିକ କଇଁଚ ଅଲିଭ ରିଡ଼ଲେ ହଜାର ହଜାର କିଲୋମିଟର ସମୁଦ୍ର ଜଳପଥ ଅତିକ୍ରମ କରି ନଭେମ୍ବର ମାସରେ ଓଡ଼ିଶା ଅଭିମୁଖେ ଆସିଥାନ୍ତି। ଯାହାକୁ ନେଇ ସେମାନଙ୍କ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ନିମନ୍ତେ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଗତ ୧ ତାରିଖ ରେ ଡି ଏଫ ଓ ଅମ୍ଳାନ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଲିଭ ରିଡ଼ଲେ ଙ୍କ ଗତିବିଧି ଲକ୍ଷ କରିବାକୁ ସମୁଦ୍ର ମଧ୍ୟରେ ପେଟ୍ରୋଲିଂ କରିଥିବା ବେଳେ ସେହିଦିନ ଠାରୁ ସ୍ପୀଡ଼ ବୋଟ ମାଧ୍ୟମରେ ସମୁଦ୍ରରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଥିବା ରମ୍ଭା ଫରେଷ୍ଟର ସୋମନାଥ ମାଲିକ ସୂଚନା ଦେଇଛନ୍ତି।
ଅନ୍ୟପଟେ ଋଷିକୁଲ୍ୟା ନଦୀରେ ବନ୍ୟାଜଳରେ ନଦୀର ଉପର ମୁଣ୍ଡରୁ କାଠିକୁଟା ଅଳିଆ ଆବର୍ଜନା ସାମୁଦ୍ରିକ କଇଁଚ ଙ୍କ ଗଣ ଅଣ୍ଡାଦାନ ସ୍ଥଳ ସମୁଦ୍ର ବେଳାଭୂମିରେ ଜମି ରହିଥବା ବେଳେ ସେ ଗୁଡିକ ବନ ବଭାଗ ପକ୍ଷରୁ ଋଷିକୁଲ୍ୟା ମୁହାଁଣ ଠାରୁ ପୋଡମ ପେଟା ଗ୍ରାମ ମଧ୍ୟରେ ସମୁଦ୍ର ବେଳାଭୂମିକୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ବର୍ଷ ଟେକର୍ଡ଼ ସଂଖ୍ୟକ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ ଗଣ ଅଣ୍ଡାଦାନ କରିଥିବାରୁ ଚଳିତ ବର୍ଷ ମଧ୍ୟ କିପରି ଅଧିକରୁ ଅଧିକ ସଂଖ୍ୟାରେ ଗଣ ଅଣ୍ଡାଦାନ ହୋଇପାରିବ ତାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଅଧିକ ଧ୍ୟାନ ଦିଆ ଯାଉଛି। ଋଷିକୁଲ୍ୟା ମୁହାଁଣ ଠାରୁ ପ୍ରାୟଗି ମଧ୍ୟରେ ପ୍ରାୟ ୧୦ କିଲୋମିଟର ମଧ୍ୟରେ ୬ ଗୋଟି କ୍ୟାମ୍ପ କରାଯାଇ ପ୍ରତ୍ୟକ କ୍ୟାମ୍ପରେ ଦୁଇଜଣ ଲେଖାଏ ବ୍ୟକ୍ତିଙ୍କୁ ମୁତୟନ କରାଯାଇଥିବା ଜଣା ପଡ଼ିଛି।
ସମୁଦ୍ର ମଧ୍ୟରେ ଟ୍ରଲର ଚଳାଚଳ,ରିଙ୍ଗଜାଲ ଦ୍ଵାରା ମାଛ ମାରିବା ପ୍ରତି କଡା ନଜର ରଖାଯାଇଛି। ଋଷିକୁଲ୍ୟା ମୁହାଁଣ
ଧୀରେ ଧୀରେ ସଂକୋଚିତ ହୋଇ ପୋତି ହୋଇ ପଡିବା ଫଳରେ ମୁହାଁଣ ଠାରୁ ଉତ୍ତର ଦିଗରେ ପ୍ରାୟ ଦେଢ଼ କିଲୋମିଟର ଗୋଖରକୁଦା ଗ୍ରାମ ସମୁଦ୍ର ଉପକୂଳ ମଧ୍ୟରେ ବେଳାଭୂମି କ୍ଷୟ ହୋଇ ଏକ ଆୟର୍ଲ୍ୟାଣ୍ଡ ସୃଷ୍ଟି ହୋଇଛି। ଫଳରେ ଗୋଖରକୁଡା ଗ୍ରାମଠାରୁ ଉତ୍ତର ଦିଗରେ ଗଣ ଅଣ୍ଡାଦାନ ପର୍ବ ହେବାର ସମ୍ଭାବନା ରହିଛି।
ଖଲ୍ଲିକୋଟ ରେଞ୍ଜର ଶିଦ୍ଧାର୍ଥ
ଶଙ୍କର ସାହୁ,ଫରେଷ୍ଟର ଶ୍ରୀ ମଲ୍ଲିକ ଙ୍କ ତତ୍ୱାବଧାନରେ
ରାଜେଶ କୁମାର ବେହେରା,ସୁବ୍ରତ ବେହେରା,ବି.କ୍ରିଷ୍ଣା ରାଓ, ପ୍ରସା ଦ କୁମାର ବେହେରା,ଡବ୍ଲ୍ୟୁ .କେଦାର,କେ.ଦିନେଶ, ଗି.କ୍ରିଷ୍ଣା, ଦୀନବନ୍ଧୁ ବେହେରା,ଜଗନ୍ନାଥ ଦଣ୍ଡସେନା
ପ୍ରମୁଖ ବନ କର୍ମଚାରୀପେଟ୍ରୋଲିଙ୍ଗ ସହ ବେଳାଭୂମି ସୁରକ୍ଷା ଦାୟିତ୍ୱରେ ରହିଛନ୍ତି।

ରିପୋର୍ଟ ପ୍ରଦୀପ କୁମାର ସାହୁ।