Friday, November 13, 2026
Home ଆଞ୍ଚଳିକ ଗଞ୍ଜାମ ସହରରେ ଆହାର କେନ୍ଦ୍ର ଖୋଲିଲା

ଗଞ୍ଜାମ ସହରରେ ଆହାର କେନ୍ଦ୍ର ଖୋଲିଲା

26

ଗଞ୍ଜାମ,୨/୧୧(ଜିଲ୍ଲା ଖବର) : କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ମାସ ଠାରୁ ପ୍ରାୟ 8 ମାସ ବନ୍ଦ ରହିଥିବା ଗଞ୍ଜାମ ସହର ସ୍ଥିତ ମିନି ଷ୍ଟାଡିୟମ ପରିସରରେ ରହିଥିବା ଆହାର କେନ୍ଦ୍ର ସୋମବାର ଦିନ ଖୋଲିଥିବା ଦେଖିବାକୁ ମିଳିଛି।
ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ମା କନକ ଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଟି ଆହାର ପରସିବା ଦାୟିତ୍ୱରେ ରହିଛନ୍ତି।ଶହେ ଜଣଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉଥିବା ସ୍ୱୟଂ ସହାୟିକା ସଦସ୍ୟ ମାନେ କହିଛନ୍ତି।

ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲାରେ ଓ ସ୍ଥାନୀୟ ଅଞ୍ଚଳରେ କରୋନା ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି।ଯାହାକୁ ନେଇ ପ୍ରଶାସନ କୋଭିଡ କଟକଣା ରହିଥିଲେ ମଧ୍ୟ ଗରିବ,ଦିନ ମଜୁରିଆ ଶ୍ରେଣୀର ଲୋକ ଙ୍କ ସୁବିଧା ଦୃଷ୍ଟିରୁ ଆହାର କେନ୍ଦ୍ର ଖୋଲିବାକୁ ନିଷ୍ପତି ନେଇଛନ୍ତି। ଫଳରେ  ଗରିବ ଶ୍ରେଣୀର ଲୋକେ ଖୁସି ଜାହିର କରିବା ସହ ଆହର କେନ୍ଦ୍ରରେ ପହଞ୍ଚି ୫ ଟଙ୍କାରେ ଡାଲମା,ଭାତ ଓ ଆଚାର ଖାଉଥିବା ଦେଖିବାକୁ ମିଳିଛି। ଗଞ୍ଜାମ ସହରକୁ ପ୍ରତ୍ୟହ ବାହାରୁ ଅନେକ ପନି ପରିବା ବ୍ୟବସାୟୀ ଆସୁଥିବା ବେଳେ ଅନେକ ଗରିବ, ଶ୍ରମଜୀବୀ ଙ୍କ ସ୍ୱଳ୍ପ ରୋଜଗାର ହୋଇଥିବା ବେଳେ ହୋଟେଲ ରେ ଖାଇବାପାଇଁ ବାଧ୍ୟ ହେଉଥଲେ।

ଆହାର କେନ୍ଦ୍ର ଖୋଲାହେବା ପରେ ପ୍ରଶାସନ ର ଏପରି ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ରିପୋର୍ଟ ପ୍ରଦୀପ କୁମାର ସାହୁ।