
ଗଞ୍ଜାମ,୨/୧୧ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଚିଲିକା ପରମ୍ପାରିକ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ମସ୍ୟଜୀବୀ ମାନଙ୍କ ସମସ୍ୟା ସମ୍ପର୍କିତ ଏକ ବୈଠକ ରମ୍ଭା ସହର ଥରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଛପନ ମୌଜା ଜାତି ର ମହାନ ବ୍ୟକ୍ତିତ୍ୱ ଗୋଲାପ ମହାପାତ୍ର ବିୟୋଗକୁ ନେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରେ ମତ୍ସ୍ୟଜୀବୀଙ୍କ ପାଇଁ ବିଭିନ୍ନ ସରକାରୀ ସହାୟତା ଗଞ୍ଜାମ ଜିଲ୍ଲା ବଞ୍ଚିତ, ଅବହେଳିତ ମୁଖ୍ୟ ଚର୍ଚ୍ଚାର ବିଷୟ କୁ ନେଇ ତାର ସମାଧାନ ନିମନ୍ତେ ଆଲୋଚନା ହୋଇଥିଲା।ବାଲୁଗାଁ ସହର ସ୍ଥିତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ, ଏଫଓ ଙ୍କ ଏକ ଚାଟିଆ ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲା। ବର୍ତ୍ତମାନ ମତ୍ସ୍ୟଜୀବୀ କୃଷିକାର୍ଡ କରିବାରେ ବିଫଳ, ଜାଲ, ଡ଼ଙ୍ଗା ସହାୟତା ରାଶି ହାତଗଣତି ସଭ୍ୟଙ୍କୁ ଦେଇ ଚୂପୁ ବସିଯାଉଥିବା ନେଇ ବୈଠକରେ ଅଭିଯୋଗ ହୋଇଥିଲା। ଗଂଜାମ ଜିଲ୍ଲାର ୪୦ ଗୋଟି ପିଏଫସିଏସ ର ୫୦୦୦ୠ ଊର୍ଧ୍ୱ ମସ୍ୟଜୀବୀ ସଭ୍ୟ ସରକାରୀ ସୁବିଧାରୁ ବଞ୍ଚିତ ବିଷୟ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ପରିପ୍ରକ୍ଷିରେ ୪୦ ଭାଗ ପାରମ୍ପାରିକ ମସ୍ୟଜୀବୀ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଚାଲି ଯାଇଥିବା ଲକ୍ଷ କରାଯାଉଛି।ଚିଲିକାରେ ମାଛ, ଚିଙ୍ଗୁଡ଼ିର ମାନ ହ୍ରାସ ଦୁର୍ଦ୍ଧିନ ଆଡକୁ ଗତି କରିବା ସମସ୍ଥ ସମସ୍ୟାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଆଗମୀଦିନରେ ଜନ ଆନ୍ଦୋଳନର ରୂପରେଖ ନେବବୋଲି ସଂଘ ଉକ୍ତି ବାଢ଼ିଥିଲେ । ଏକ କାର୍ଯ୍ୟକାରୀ କମିଟି ପ୍ରତେକ ଗ୍ରାମରେ ସଭା କରାଯିବାପାଇଁ ନିଷ୍ପତି ନିଆଯାଇଥିଲା। ଆଗାମୀ ନଭେମ୍ବର 8 ତାରିଖ ଦିନ ଦିବା ୧୦ ଘଣ୍ଟା ସମୟରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅନ୍ତର୍ଗତ ଗଜପତିନଗର ଠାରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ସଭାରେ ଜିଲ୍ଲା ସାଙ୍ଗଠନିକ ନେତୃତ୍ୱ ମଣ୍ଡଳୀ, ଉପଦେଷ୍ଟା ମଣ୍ଡଳୀ ଉପସ୍ଥିତ ରହିଥିଲେ।ଗୋବିନ୍ଦ ବେହେରା, ସେନାପତି ବେହେରା,ଲମ୍ବୋଧର ବେହେରା. ରାଜ୍ୟ ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା, ନାରୟଣ ଦାସ, ଝଡିଆ ମଲିକ, ରଞ୍ଜନ ମଲିକ, ନରସିଂହ ଦାସ, ରଘୁନାଥ ବେହେରା, ଚିନ୍ତାମଣି ବେହେରା, ବୁଲୁ ବେହେରା, ସନ୍ତୋଷ ବେହେରା, ଶଙ୍କର ବେହେରା, ଭ୍ରମର ଟହଲ ଗୁଣ୍ଡିଚା ବେହେରା , ଶିବରାମ ବେହେରା, ରାଘବ ବେହେରା, ବିନାୟକ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ ପ୍ରଦୀପ କୁମାର ସାହୁ।


