
ଗଞ୍ଜାମ,୨/୧୧ (ଜିଲ୍ଲା ଖବର) : ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି ଧରାଯାଏ। ଏହି ମାସରରେ ବିଭିନ୍ନ ମଠ ଓ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନେ ଭଗବାନ
କୁଁ ଆରଧାନ କରିଥାନ୍ତି। ଯାହାକୁ ନେଇ ବିଷ୍ଣୁ ଏବଂ ଶିବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୁଏ।
କାର୍ତ୍ତିକ ମାସର ପ୍ରତ୍ୟହ ଅପରାହ୍ନ ରେ ବିଷ୍ଣୁ ମନ୍ଦିର ସମ୍ମୁଖରେ ମାନବ ଜାତିର ମଙ୍ଗଳ କାମନା ନିମନ୍ତେ ଆକାଶ ଦ୍ୱୀପ (ପରମାନନ୍ଦ)
କରାଯାଏ। କାର୍ତ୍ତିକ ମହାତ୍ମା ଙ୍କ ବିଧି ଅନୁଯାୟୀ ଏହି ସମୟରେ ରାଇ ଦାମୋଦର ଙ୍କୁ ଆରାଧନା କରାଯାଏ ବୋଲି ଗଞ୍ଜାମ ସହର ସ୍ଥିତ ପୁରୁଣା ଜଗନ୍ନାଥ ସ୍ୱାମୀ ବିଜେ ଗୋପୀନାଥ ମନ୍ଦିର ପୂଜକ କନ୍ଧ ଶତପଥି ପ୍ରକାଶ କରିଛନ୍ତି। ଏକ ବାଉଁଶ ଖମ୍ବ ରେ ରନ୍ଦ୍ର ରହିଥିବା ପାତ୍ରରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ରଶି ସାହାଯ୍ୟରେ ଉପରକୁ ଟଣାଯାଏ। ପରମ୍ପାରିକ ରୀତିନୀତି ଅନୁଯାୟୀ ପୁଜାର୍ଚନା କରି ସମାଜ ମଙ୍ଗଳକାମନା କରାଯାଏ।
ରିପୋର୍ଟ ପ୍ରଦୀପ କୁମାର ସାହୁ ।


