
ବାଲିଗୁଡା,୨/୧୧( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନିକଟସ୍ଥ ପଵିଙ୍ଗିଆ, ସାଟିଙ୍ଗିଆ, ମଗାମୁଣ୍ଡା ଇତ୍ୟାଦି ଗ୍ରାମରେ ଗଞ୍ଜେଇ ଗଛ ଲାଗି ଥିବାର ଖବର ପାଇ ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମହେନ୍ଦ୍ର ନାଥ ମୁର୍ମୁ ଓ ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଓ ଅବକାରୀ ବିଭାଗ ର ମିଳିତ ଉଦ୍ୟମରେ ଗଞ୍ଜେଇ ଗଛ ନିକଟ କୁ ଯାଇ ଏକର ରୁ ଉର୍ଦ୍ଧ ଗଞ୍ଜେଇ ଗଛ ନଷ୍ଟ କରୀ ଥିଲେ | ଏହାର ଆନୁମାନିକ ମୂଲ୍ୟ କୋଡ଼ିଏ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଆକଳନ କହିଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକାରୀ ମହେନ୍ଦ୍ର ନାଥ ମୁର୍ମୁ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



