Monday, November 16, 2026
Home ଆଞ୍ଚଳିକ ବିଜେଡି ପକ୍ଷରୁ କରୋନା ଜନ ସଚେତନତା, ପଦଯାତ୍ରା ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ

ବିଜେଡି ପକ୍ଷରୁ କରୋନା ଜନ ସଚେତନତା, ପଦଯାତ୍ରା ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ

33

ଗଞ୍ଜାମ,୦୧/୧୧ (ଜିଲ୍ଲା ଖବର) : ରାଜ୍ୟ ବିଜେଡି ସଭାପତି ନବୀନ ବାବୁ ଅକ୍ଟୋବର 2 ତାରିଖ ରୁ ନଭେମ୍ବର 2 ତାରିଖ ଏକ ମାସ ବ୍ୟାପି କରୋନା ଜନ ସଚେତନତା ଅଭିଯାନ ନେଇ ନିର୍ଦ୍ଧେଶ ରହିଥିବା ବେଳେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ପରାମର୍ଶକ୍ରମେ ରମ୍ଭା ସହରରେ ରମ୍ଭା ସହରରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର
ନଗର ବିଜେଡି ସଭାପତି ବନବାସୀ ନାହାକ ଙ୍କ ନେତୃତ୍ୟରେ ରବିବାର ଦିନ ସହରାଞ୍ଚଳର ମୁଖ୍ୟରାସ୍ତାରେ ବ୍ୟକ୍ତି ବିଶେଷଙ୍କୁ କରୋନା ଜନ ସଚେତନତା ସମ୍ପର୍କରେ ଆଲୋକପାତ ଓ ମାକ୍ସ ବଣ୍ଟନ କରାଯାଇଥିଲା। ଏଥି ସହିତ କରୋନା ଆକ୍ରାନ୍ତରେ ପିଡିତ ହୋଇ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ବିଶେଷଙ୍କୁ ନିଜର ପ୍ଲାଜମା ଦାନ କରିବା ପାଇଁ ବୁଝାଇଥିଲେ।

  ଆୟୋଜିତ ଜନ ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ବିଧ୍ୟାୟକ ଆଦିକନ୍ଧ ସେଠୀ, ନଗର ସଭାନେତ୍ରୀ ସୋନିଆ ଦେବୀ, ବରିଷ୍ଟ ନେତା ନାରାୟଣ ପଟନାୟକ, ଏ.ଗଙ୍ଗା ପାତ୍ର, ବିଜେଡି କର୍ମୀ ଅନିଲ ତରାଇ, ବିଜୟ ବେହେରା, ସୁରେନ୍ଦ୍ର ପରିଡା, ହରି ବେହେରା, ଗୋପି ପାତ୍ର, ସୁବାଷ ବେଜ, ବିଜେଡି ଯୁବକର୍ମୀ ଶ୍ରୀକାନ୍ତ ବିଶ୍ୱାଳ, ସ୍ବାଧୀନ ପଣ୍ଡା, କବିର ନାହାକ, ରବିନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ଦଳୀୟ କର୍ମୀ ଓ ଦୃଢ଼ ସଙ୍ଗଠକ ସାମିଲ ହୋଇଥିଲେ।

ରିପୋର୍ଟ ପ୍ରଦୀପ କୁମାର ସାହୁ।