
ଶେରଗଡ,୦୧-୧୧-୨୦୨୦(ଜ଼ିଲ୍ଲାଖବର): ଶେରଗଡ ବ୍ଳକ ପିତ୍ତଳ ଛକ ସ୍ଥିତ ଚନ୍ଦ୍ରିକା ବିଦ୍ୟାମନ୍ଦିର ର ସାପ୍ତାହିକ ପତ୍ରିକା ଚନ୍ଦ୍ରିକା ର ପ୍ରଥମ ସଂସ୍କରଣ ରବିବାର ଦିନ ଉନ୍ମୋଚିତ ହୋଇଯାଇଛି । ଏଥି ନିମନ୍ତେ ଶେରଗଡ ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗ୍ରୀନ ବିପ୍ଳବର ନୋବେଲ ବିଜେତା ତଥା ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାୟ ଶେରଗଡ ପ୍ରେସ୍ କ୍ଲବ ସଭାପତି ସୂର୍ଯ୍ୟନାରାୟଣ ଦାଶ ବରିଷ୍ଠ ସାମ୍ବାଦିକ ହୃଷିକେଶ ମାହାନ୍ତି ଯୋଗଦେଇଥିଲେ ।ଚନ୍ଦ୍ରିକା ସାପ୍ତାହିକ ପତ୍ରିକା ର ସମ୍ପାଦକ ଇଂ ବିଚିତ୍ରାନନ୍ଦ ମୁନି ଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଏହି ପତ୍ରିକା ର ପ୍ରଥମ ସଂସ୍କରଣ ଉନ୍ମୋଚନ ଅବସରରେ ଶ୍ରୀ ମୁନି ପ୍ରକାଶ କରିଥିଲେ କି ଏହି ପତ୍ରିକା ସାଂସ୍କୃତିକ ଆଞ୍ଚଳିକ କବିତା ଓ ଗଳ୍ପ ଉପରେ ପର୍ଯ୍ୟବେସିତ ଏଣୁ ଏହି ପତ୍ରିକା ର ଉନ୍ନତି ଆପଣ ମାନଙ୍କ ସାହାଯ୍ୟ ଓ ସହଯୋଗରେ ବୋଲି କହିଥିଲେ ।ଏହି ପତ୍ରିକା କୌଣସି ରାଜନୈତିକ ସ୍ବାର୍ଥର ଉର୍ଦ୍ଧରୁ ରହି କାମ କରିବ ବୋଲି ଆଲୋଚନା କରାଯାଇଥିଲା ।ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ପାତ୍ର, ରାଘବାନନ୍ଦ ପଶୁପାଳକ, ଦେବୀ ପ୍ରସାଦ, ଅଖିଳ ପଟ୍ଟନାୟକ ଓ ରାମକୃଷ୍ଣ ପାଣି ସମେତ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ I


