Sunday, October 11, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ର ବୁଢ଼ାଗୁଡା ଘଞ୍ଚ ଜଙ୍ଗଲ ରେ ୨୯ ଜଣ ଯୁଆଡ଼ି ଗିରଫ...

କନ୍ଧମାଳ ଜିଲ୍ଲା ର ବୁଢ଼ାଗୁଡା ଘଞ୍ଚ ଜଙ୍ଗଲ ରେ ୨୯ ଜଣ ଯୁଆଡ଼ି ଗିରଫ ଓ ୧୫ ଗୋଟି ବାଇକ ଜବତ

156

ବାଲିଗୁଡା୧/୧୧(ଜିଲ୍ଲା ଖବର) : ଶୁକ୍ରବାର ବିଳମ୍ବିତ ରାତ୍ର ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବୁଢ଼ାଗୁଡା ଘଞ୍ଚ ଜଙ୍ଗଲ ରେ ଜୁଆ ଖେଳ ଚାଲିଥିଲା | ଏଥିରେ 29 ଜଣ ଯୁଆଡ଼ି ଖେଳରେ ଭାଗ ନେଇଥିଲେ | ପୋଲିସ ଜାଣିପାରି ସେଠାରେ ପହଂଚି ଚଢ଼ାଉ କରି ସମସ୍ତ ଙ୍କୁ କାବୁ କରିବା ସହିତ 15 ଗୋଟି ବାଇକ ସହିତ 28 ହଜାର 766 ଟଙ୍କା ଜବତ କରିଥିଲେ | ସେମାନଙ୍କୁ ଗିରଫ କରି ପୋଲିସ କେଶ ନମ୍ବର 199/20 ରେ ଏକ ମାମଲା ରୁଜୁ କରିଛି |
ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।