Home ଆଞ୍ଚଳିକ ସ୍ଵେଚ୍ଛାସେବୀ ଶିବଙ୍କ ଉଦ୍ଧେଶ୍ୟରେ ରକ୍ତ ଦାନ ଶିବିର

ସ୍ଵେଚ୍ଛାସେବୀ ଶିବଙ୍କ ଉଦ୍ଧେଶ୍ୟରେ ରକ୍ତ ଦାନ ଶିବିର

78

ଜଟଣୀ,୩୧/୧୦(ଜିଲ୍ଲା ଖବର) : ସ୍ଥାନୀୟ ଅଞ୍ଚଳର ଜଣାଶୁଣା ସ୍ଵେଚ୍ଛାସେବୀ ସ୍ଵର୍ଗତ ଶିବପ୍ରସାଦ ମହାନ୍ତିଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ଆଜି ତାଙ୍କର ଏକାଦଶାହ ଦିବସରେ ଜଟଣୀର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶ୍ରୟ କ୍ଲବ ଓ ଜଟଣୀ ସୁରକ୍ଷା ମଂଚ ପକ୍ଷରୁ ଏକ ରକ୍ତ ଦାନ ଶିବିର ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଉଭୟ ଅନୁଷ୍ଠାନର ସହଯୋଗରେ ଦିନ ୧୨ଟା ସୁଧା ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ସଂନ୍ଧ୍ଯା ସୁଧା ୧୦୦ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ ରଖାଯାଇ ଥିଲା, ରକ୍ତ ମାନବ ଭବରେ ପରିଚିତ ସ୍ବର୍ଗତ ଶିବ ବାବୁ ତାଙ୍କର ଜୀବନ କାଳରେ ୧୦୫ ଥର ନିଜେ ରକ୍ତ ଦାନ କରିବା ସହ ଦିର୍ଘ ବର୍ଷ ଧରି ଅନେକ ରକ୍ତ ଦାନ ଶିବିର ଜଟଣୀ ସହରରେ କରାଇ ଥିଲେ,କେବଳ ଲକଡାଉନରେ ସେ ୧୮ ଟି ରକ୍ତ ଦାନ ଶିବିର କରି ଥିଲେ,ଏହି କାର୍ଯ୍ୟକ୍ରମରେ ତାଂକ ସୁପୁତ୍ରଂକୁ HDFC Bank, Imfociti branch, bbsr ତରଫରୁ ବ୍ରଜ କିଶୋର ସ୍ବାଇଁ ୨୫୦୦ ଟଂକା ସହ ମାନପତ୍ର ପ୍ରଦାନ କରି ଥିଲେ, ଏହି କାର୍ଯ୍ୟକ୍ରମରେ ଜଟଣୀ ଥାନା IIC Biswa Ranjan Sahoo, ACP Lalitendu Mohanty, ଉଭୟ ଅନୁଷ୍ଠାନ ଅନୁଷ୍ଠାନର ସଦସ୍ଯ ଯଥା- ଚିତ୍ତ ରଞ୍ଜନ ପ୍ରଧାନ, ପ୍ରିତମ ମିଶ୍ର,ପ୍ରଦିପ୍ତ କୁମାର ବାରିକ, ଧିରେନ୍ଦ୍ର ଜେନା, ମନମୋହନ ଶତପଥୀ,ଯୋଗେନ୍ଦ୍ର କୁମାର ନାୟକ, ପ୍ରଦିପ ପଟ୍ଟନାୟକ, ପ୍ରଣୟ ପଟ୍ଟନାୟକ, ରଂଜନ
ରଂଜନ କୁମାର ସ୍ବାଇଁ, ଗୋପି କିଷନ ଝୁନ୍ ଝୁନ୍ ଓ୍ବାଲା, ଡକ୍ଟର ବେଣୁଧର ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ ସଞ୍ଜୀବ କୁମାର