
ବାଲିଗୁଡା,୩୧/୧୦ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଆଜିଠାରୁ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା କୋଭିଡ ନିୟମ କୁ ଆଖି ଆଗରେ ରଖୀ ପୂଜା ଆରମ୍ଭ ହେଉଛି। ବିଶେଷକରି ଲକ୍ଷ୍ମୀ ପୂଜା ଲାଗି ବାଲିଗୁଡା ସହରରେ ଉପକଣ୍ଠରେ ସାମାନ୍ୟ ସାଜସଜ୍ଜା ସାଙ୍ଗକୁ ମା’ଙ୍କ ମୃଣ୍ମୟ ମୂର୍ତ୍ତୀ ବେଶ୍ ସୁନ୍ଦର ଭାବେ ନିର୍ମାଣ କରାଯାଇଛି |ଗଜଲକ୍ଷ୍ମୀଙ୍କ ପୂଜା ଅବସର ରେ ବାଲିଗୁଡା ସହର ଚଳ ଚଞ୍ଚଳ ହୋଇଛି | ଗଜଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଜନ ସାଧାରଣ କିଛି ମାତ୍ରା ରେ ଆସୁଥିବା ଦେଖିବାକୁ ମିଳିଛି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



