Saturday, November 14, 2026
Home ଆଞ୍ଚଳିକ ପବ୍ଲିକ ରାଇଟ୍ସ ଆସୋସିଏସନ ର ଆଲୋଚନା ବୈଠକ

ପବ୍ଲିକ ରାଇଟ୍ସ ଆସୋସିଏସନ ର ଆଲୋଚନା ବୈଠକ

25

ଗଞ୍ଜାମ,୩୧/୧୦ (ଜିଲ୍ଲା ଖବର): ଗଞ୍ଜାମ ବ୍ଲକ ପବ୍ଲିକ ରାଇଟ୍ସ ଆସୋସିଏସନ ପକ୍ଷରୁ ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ରେ ରହିଥିବା
କନକଦୁର୍ଗା ମନ୍ଦିର ରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆସୋସିଏସନ ର ନଗର ଆର ଟି ଆଇ ସେଲ ପ୍ରେସିଡେଣ୍ଟ ସୁଦର୍ଶନ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କିଛି ନୁଆଁ ସଦସ୍ୟ ମାନଙ୍କୁ ନେଇ ଭାରତ ମାତାଙ୍କ ପୂଜନ,ମାନବିକତା ଅଧିକାର,ସ୍ଵଛତା ସଂସ୍କାର, ନାଗରିକଙ୍କୁ ନ୍ୟାୟ ସମ୍ଭନ୍ଧରେ ବୈଠକରେ ଆଲୋଚନା ହୋଇଥିଲା।ଜାନକୀ ମହାରଣା ,ବିଜୟଲକ୍ଷ୍ମୀ ପାତ୍ର,ସବିତା ପଟ୍ଟନାୟକ, ଶୁଭଶ୍ରୀ ମହାରଣା,କେ .ତୁଳସୀ ରାଓ,ନର୍ମଦା ପଟନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ସଙ୍ଗଠନ ସହ ଜଡିତ ରହି ସର୍ବଦା ଜନ କଲ୍ୟାଣ କର୍ଯ୍ୟକ୍ରମ କରିବା ପାଇଁ ସଂକଳ୍ପ ନେଇଥିଲେ।

ରିପୋର୍ଟ ପ୍ରଦୀପ କୁମାର ସାହୁ।