Monday, November 16, 2026
Home ଆଞ୍ଚଳିକ କାର୍ତ୍ତିକଢ଼ି ଗ୍ରାମରେ କୃତି ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧିତ

କାର୍ତ୍ତିକଢ଼ି ଗ୍ରାମରେ କୃତି ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧିତ

20

ଗଞ୍ଜାମ,୩୧/୧୦ (ଜିଲ୍ଲା ଖବର) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ର କର୍ତ୍ତିକ ଢ଼ି ଗ୍ରାମରେ କୁମାରପୂର୍ଣ୍ଣମୀ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଗ୍ରାମର କୃତି ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଡି.ନିରଞ୍ଜନ ରେଡି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ
ପୂର୍ବତନ ଜିଲ୍ଲାପରିଷଡ଼ ସଭ୍ୟ ପି.ହରିକୃଷ୍ଣ ରେଡି ଯୋଗ ଦେଇ କୃତି ବିଦ୍ୟାର୍ଥୀ ମାନଙ୍କୁ ସମ୍ମାନିତ କରିବାସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଉକ୍ତ ଗ୍ରାମର ୧୦ ମ ଶ୍ରେଣୀ ରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ କରିଥିବା ସତ୍ୟବାନ ସାହୁ,ଯୁକ୍ତ ଦୁଇ ରର ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଦି.ଦୁର୍ଗା ପ୍ରସାଦ ରେଡି,ଯୁକ୍ତ (+)୩ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଜ୍ୟୋତିର୍ମୟୀ ରେଡି ପ୍ରମୁଖ ବିଦ୍ୟାର୍ଥୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ।କାର୍ତ୍ତିକଢ଼ି ଗ୍ରାମର ଇପଦେଷ୍ଟା କମିଟି ର ଦି.ସହଦେଵ ରେଡି,ଏସ.ରାମଚନ୍ଦ୍ର ରେଡି,ଡି.ବିଜୟ ରେଡି,ଡି. ରାମସ୍ୱାମୀ ରେଡି,କେ.ଡିଲୁ ରେଡି,କେ.ଶ୍ରୀରାମୁଲୁ ରେଡି,କେଶବ ପ୍ରଧାନ,ଶିବ ପ୍ରସାଦ ବେହେରା,ଏ. ଦୟାନିଧି ରେଡି,ଏ. ଧରମା ରେଡି,ଏନ. ସତ୍ୟ ରେଡି,କେ.ମଧୁ ରେଡି,ଡି. ନିରଞ୍ଜନ ରେଡି ପ୍ରମୁଖ ଙ୍କ ସମେତ ମା ଠାକୁରାଣୀ ଛାତ୍ର ସଙ୍ଘ ଏବଂ ଛାତ୍ରୀ ସଙ୍ଘ ଉପସ୍ଥିତିରେ ସମ୍ମାନିତ ସଭା ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ ପ୍ରଦୀପ କୁମାର ସାହୁ।