Saturday, November 14, 2026
Home ଆଞ୍ଚଳିକ ରାମଲଙ୍କା ଗ୍ରାମରେ ଭ୍ରାମ୍ୟମାଣ ଚାରାବଣ୍ଟନ

ରାମଲଙ୍କା ଗ୍ରାମରେ ଭ୍ରାମ୍ୟମାଣ ଚାରାବଣ୍ଟନ

21

ଗଂଜାମ, ୩୧/୧୦ (ଜିଲ୍ଲା ଖବର) : ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାମଲଙ୍କା ଗ୍ରାମ ପଞ୍ଚାୟତ ଅଧିନସ୍ଥ ରାମଲେଙ୍କା ଗ୍ରାମର ସାନସାହି ଠାରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ଓ ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତିର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଵୃକ୍ଷ ଗଙ୍ଗା ଅଭିଯାନ ଅବସରରେ ବନାଞ୍ଚଳ ଅଧିକାରିଣୀ ରଶ୍ମିତା ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକର୍ମରେ ଗାୟତ୍ରୀ ପରିବାରର ପଞ୍ଚାନନ ଖଟୁଆ,ଶେଷଦେବ ବେହେରା, ଉମାକାନ୍ତ ସାହୁ, ଝଡ଼ିଆ ନାହାକ ଓ ବନ କର୍ମଚାରୀ ଛବିରାଣୀ ବେହେରା, ରଜନୀକାନ୍ତ ଲେଙ୍କା, ନାରାୟଣ ଆଲତିଆ,ଚିନ୍ତାମଣି ବେହେରା,ସହାୟକ ବନ କର୍ମଚାରୀ ଲିଲୁ ନାୟକ,ଅଭୟ କୁମାର ନାୟକ ସମେତ ଯୁବ ସ୍ବେଚ୍ଛାସେବୀ ମାନେ ଯୋଗଦେଇ ଚାରା ବଣ୍ଟନ କରିଥିଲେ।ଗ୍ରାମର ପ୍ରତି ପରିବାରକୁ ଦୁଇ ଲେଖାଏଁ ଚାରା ଯୋଗାଇ ଦିଆଯାଇ ତାର ଉପଯୁକ୍ତ ଯତ୍ନ ନେବାକୁ ଅନୁଷ୍ଠାନ ତରଫରୁ ଆହ୍ୱାନ କରାଯାଇଥିଲା।ରାମଲେଙ୍କା ଗ୍ରାମ ତରଫରୁ ଚନ୍ଦ୍ରମଣି ବିଶ୍ୱାଳ, ଗୌତମ ବିଶ୍ୱାଳ, ଅଞ୍ଚଳ ବିଶ୍ୱାଳ, କାଳୁ ପଲେଇ ଏହି ଚାରା ବିତରଣ କାର୍ଯ୍ୟରେ ସହଯୋଗ କରିଥିଲେ।ଶାରଦୀୟ ପୂଜା ସମୟରେ ବର୍ଷାର ଆଗମନ ହୋଇଥିବା ଯୋଗୁଁ ପୁନଶ୍ଚ ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ଯଥା ଶାଗୁଆନ,ଝାଉଁ,ଆକାଶିଆ, ଅଁଳା,ବେଲ,କଇଠ,ବାଉଁଶ,ପିଜୁଳି,କାଜୁ କଦମ୍ବ ଇତ୍ୟାଦି ବିଭିନ୍ନ କିସମର ପ୍ରାୟ ୪୦୦ ଚାରା ବଣ୍ଟନ କରାଯାଇଥିଲା।

ରିପୋର୍ଟ ପ୍ରଦୀପ କୁମାର ସାହୁ।