Home ଆଞ୍ଚଳିକ ବିଭିନ୍ନ ଦାବିରେ ରେଳଚାଳକ ଓ ଗାର୍ଡ ପାଳନକଲେ କଳା ଦିବସ,ଆଗାମୀ ଦିନରେ ଦାବି ପୁରଣ ନହେଲେ...

ବିଭିନ୍ନ ଦାବିରେ ରେଳଚାଳକ ଓ ଗାର୍ଡ ପାଳନକଲେ କଳା ଦିବସ,ଆଗାମୀ ଦିନରେ ଦାବି ପୁରଣ ନହେଲେ ଆନ୍ଦୋଳନ ହେବ ତିବ୍ରତର

7

ଜଟଣୀ,୩୧/୧୦(ଜିଲ୍ଲା ଖବର) : ରେଳବାଳକ ଏବଂ ଗ୍ରାମାନଙ୍କ ପ୍ରତି ସରକାର ଯେଉଁ ମାଗଣା ନିତି ଅବଲମ୍ବନ କରିଛନ୍ତି , ତାହା ବିରୋଧରେ ଶୁକ୍ରବାର ଉକ୍ତ ରେଳକର୍ମଚାରୀମାନେ କଳାଦିବସ ପାଳନ କରିଛନ୍ତି । ପୁନ୍ୟ ଦେଇଥିବା ଦାବିକୁ ଯଦି ସରକାର ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତିବ୍ରତର ହେବ ବୋଲି କଳାଦିବସ ପାଳନ କରୁଥିବା ଆନ୍ଦୋଳନକାରୀମାନେ କହିଛନ୍ତି । ରେଳଭାଗକୁ ପ୍ରଥମତଃ ଘରୋଇ କରଣ ବନ୍ଦ କରାଯାଉ । ମହଙ୍ଗାଭତା ବୃଦ୍ଧି ବନ୍ଦ କରିବା ସହିତ ମାଇଲେଜ ଭତା କାଦା ଦିନ୍ଦ କରାଯାଉ । ପୁରାତନ ପେନସନ ଯୋଜନାକୁ ଲାଗୁ କରାଯାଉ । ଏଥି ସହିତ ୮ଘଟା କାର୍ଯ୍ୟ ସମୟ ନିଦ୍ଧାରଣ କରିବା ସହିତ ବିଶ୍ରାମଗୁହରେ ସ୍ଵାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା । ୪୬ଘଟାର ସାପ୍ତାହିକ ବିଶ୍ରାମ ପ୍ରଦାନ କରିବା । ରେଳତୀଳଜ ଓ ଗାର୍ଡମାଚଜ୍ଞପ୍ରତି ଅତ୍ୟାଚାର ବନ୍ଦ କରିଦୀ ଆଦି ଦାବିନେଇ ସର୍ବଭାରତୀୟ ସରରେ ସମସ୍ତ ରେଳଚାଳକ ଏବଂ ଗାର୍ଡ଼ମାନେ ଶୁକ୍ରବାର ସ୍ଥାନୀୟ ଲୋକୋକଲୋନୀ ସ୍ଥିତି ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସମୁଖରେ କୋରିତ ନିୟମକୁ ପାଳନକରି କଳାଦିବସ ପାଳନ କରିବା ସହିତ ଦାବିଗୁତିକୁ ପୁନଃ ଉପସ୍ଥାପନ କରିଥିଲେ । ଖୋର୍ଦ୍ଧାରୋତ ରେଳମଣ୍ଡଳ ଅନ୍ତର୍ଗତ ଖୋର୍ଦ୍ଧାରୋଡ,ବାଳଚେର,ଅନୁଗୁଳ,ଭଦ୍ରକ,ଯଖପୁରା,ପାରାଦ୍ବୀପ,କଟକ,ଡେକାନାଳ, ପଲାସା ଇତ୍ୟାଦିର ଶତାଧୀକ ଭେଳବୀଜଜ ଏବଂ ଗାମାନେ ବିକ୍ଷୋଭରେ ଭାଗନେଇଥିଲେ । ଆଗାମୀଦିନରେ ସରକାର ଏବଂ ରେଳମ୍ନଶାସନ ଶ୍ରମିକ ମାରଣା ନିତୀକୁ ବନ୍ଦ କରିବା ସହିତ ଦାବିପତ୍ରପ୍ରତି ଦୃଷ୍ଟି ନଦେଲେ ସମସ୍ତ ରେଳଶ୍ରମିକ ସଂଗଠନ ମିଳିତଭାବେ ଆନ୍ଦୋଳନକୁ ତିବ୍ର କରିବେ ବୋଲି କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋତ ଭେଳିଚାଳକ ସଂଘର କାର୍ଯ୍ୟକାରୀ ସଭାପତି ସତ୍ୟ ନାରାୟଣ ପଟ୍ଟନାୟକ, ଶାଖା ସଚିବ ରାଜେଶ କୁମାର ମହାନ୍ତୀ ଏବଂ ଗାସଂଘର ସାଧାରଣ ସବ ସନ୍ତୋଷ ନିଶଙ୍କ ମୂର୍ତ୍ତି ରବିନାରାୟଣ ସାଇଁ ଭିସିଭି ରାଜୁଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅଧିନମୁଁ ତାଳଚେର ଶାଖାରୁ ଶାଖା ସଚିବ ମହମ୍ମଦ ଆଲମ, ଅନୁଗୁଳରେ ଶାଖା ସହ ଝୁନା ସାହୁ, ଭଦ୍ରକରେ ଶାଖା ସଚିବ ଧନୟ ବେହେରା, ଯଖପୁରାରେ ଶାଖା ସଚିବ ସଂଜିବ ସାହୁ, ପାରାଦୀପରେ ଶାଖା ସଚିବ ସୁଶାନ୍ତ ସାମଲ, କଟକରେ ଶାଖା ସଚିବ ପ୍ରଶାନ୍ତ ନାୟକ, ମଣ୍ଡଳସବ ଜୟ ପ୍ରକାଶ ଦଣ୍ଡପାଟ, ସହ ମଣ୍ଡଳସଚିବ ଚିରଂଜନ ପତି, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଶାଖା ଦାୟିତ ଗ୍ରହଣ କରିଥିଲେ |

ରିପୋର୍ଟ ସଞ୍ଜୀବ କୁମାର ।