
ଜଟଣୀ,୩୧/୧୦(ଜିଲ୍ଲା ଖବର) : ଇସଲାମ ଧର୍ମର ପ୍ରବର୍ତ୍ତକ ହଜରତ ମହମ୍ମଦଙ୍କ ଜନ୍ମବାର୍ଷିକୀ ଉତ୍ସବ ଶୁକ୍ରବାର ନିରାଡମ୍ବର ମଧ୍ୟରେ ପାଳିତ ହେଲା । ଜଟଣୀର ବିଭିନ୍ନ ସାହିରୁ ବାହାରୁଥିବା ମହାଆଡମ୍ବର ପଟୁଆର ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଫିକା ପଡ଼ିଯାଇଛି । କେବଳ ପ୍ରତ୍ୟେକ ମସଜିଦରେ ୪ରୁ ୫ଜଣ ମଧ୍ୟରେ କୋଭିତ ଆଇନକୁ ପାଳନ କରି ଜରିତ ମହମ୍ମଦଙ୍କ ଉଦ୍ଦେଶ୍ୟରେ ଦୂଆପ୍ରାର୍ଥନା) କରି ଫେରିଛନ୍ତି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଧର୍ମନୁଷ୍ଠାନ ବନ୍ଦ ରହିଥିବା ବେଳେ ଜଟଣୀର ସମସ୍ତ ମସଜିଦ ଓ ମଦରସା ଦିର୍ଘଦିନଠାରୁ ବନ୍ଦ ରହିଛି । ତେବେ ଆଜି ହଜରତ ମହମ୍ମଦଙ୍କ ଜନ୍ମଜୟନ୍ତୀ ଅବସରରେ ଜଟଣୀରେ ରହିଥିବା ସୁନି ସମ୍ପଦ୍ରାୟମାନଙ୍କ ପକ୍ଷରୁ ମସଜିଦଗୁଡିକରେ କୁରାନଖାନୀ,ଫାତେହା ଓ ମିଲାଦଖାନୀ ମୌଲାନାଙ୍କ ଦ୍ଵାରା ପାଳନ କରାଯାଇଥିଲା । କେବଳ ମୌଲବୀଙ୍କୁ ମିଶାଇ ମୋଟ ୪ରୁ ୫ଜଣ ଯୋଗଦେଇ ସିମିତ ସମୟ ମଧ୍ୟରେ ସାରିଦେଇଥିବା ଦେଖିବାକୁ ମିଳିଥିଲା । ମୌଲାନାଇଁ ନିର୍ଦ୍ଦେଶକ୍ରମେ ନିଜନିଜ ଘରେ ଏହି ଉତ୍ସବ ପରିବାର ମଧ୍ୟରେ ପାଳନ କରିବାକୁ ଲୋକମାନଙ୍କୁ ସନ୍ଦେଶ ଦିଆଯାଇଥିଲା ବୋଲି ମୌଲାନାଙ୍କଠାରୁ କୁହାଯାଇଛି । ଏହି କ୍ରମରେ ଜଟଣୀ ଓ ଏହାର ଆଖପାଖ ଅଂଚଳରେ ନିଜନିଜ ଘରେ ଇଦ-ପିଲାଦଉନ ନଦୀ ଉ ଲୋକମାନେ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ଉତ୍ସବ ଅବସରରେ ଜଟଣୀର ୬ଟି ସ୍ଥାନରୁ ପ୍ରତିବର୍ଷ ଶୋଭାଯାତ୍ରା ବାହାରିଥାଏ । ପୁଲିସ କମିଶନରେଟଙ୍କ ଆଦେଶନୁଯାୟୀ ସହର ପରିକ୍ରମା କରି ଶେଷରେ ଭୋଜିଭାତର ଆୟୋଜନ ହୋଇଥାଏ । ହେଲେ ଚଳିତ ବର୍ଷ ମହାମାରୀ କରୋନା ଏସବୁରେ ବାଧକ ସାଜିଛି ବୋଲି ସୁନି ସମ୍ପ୍ରଦାୟର କେତେକ ବ୍ୟକ୍ତି ସୁଚନା ଦେଇଛନ୍ତି ।
ରିପୋର୍ଟ ସଞ୍ଜୀବ କୁମାର ।



