
ଖୋର୍ଦ୍ଧା,୩୧/୧୦(ଜିଲ୍ଲା ଖବର) : ରେଳ ମଣ୍ଡଳ ପକ୍ଷରୁ “ସତର୍କ ଭାରତ, ସମୃଦ୍ଧ ଭାରତ” ସମ୍ବନ୍ଧରେ କର୍ମଶାଳା I ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ 27 ଅକ୍ଟୋବରରୁ 2 ନଭେମ୍ବର 2020 ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳନ କରୁଛି। ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟ ରେ “ସତର୍କ ଭାରତ, ସମୃଦ୍ଧ ଭାରତ” ଉପରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା ଯେଉଁଥିରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଶ୍ରୀ ଅଶୋକ କୁମାର ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ଶ୍ରୀ ଅଶୋକ କୁମାର କହିଛନ୍ତି ଯେ ସମସ୍ତେ ସଜାଗ ରହିବା ଉଚିତ ଏବଂ ସବୁ ସ୍ତରରେ ସର୍ବୋଚ୍ଚ ସଚ୍ଚୋଟତା ଏବଂ ସାଧୁତା ପାଇଁ ପ୍ରତିବଦ୍ଧ ରହିବା ଉଚିତ୍। ସମସ୍ତ ସରକାରୀ ପ୍ରସ୍ତାବକୁ ଆରମ୍ଭ କଲାବେଳେ ନିଶ୍ଚିତ ଭାବରେ ସ୍ବଚ୍ଛତା ପାଇଁ ଧ୍ୟାନ ରଖିବାକୁ ସେ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି। ତୃଣମୂଳ ସ୍ତରରେ ଦୁର୍ନୀତିକୁ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସମ୍ପର୍କରେ ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ଆଲୋଚନା ହୋଇଥିଲା।
ଏହି କର୍ମଶାଳା ରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ ଏବଂ ଏହା କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ ମଣ୍ଡଳର ବରିଷ୍ଟ କାର୍ମୀକ ଅଧିକାରୀ ଶ୍ରୀ ଶ୍ରୀ ରଂଜନ କୁମାର ମହାନ୍ତି ସଂଯୋଜନା କରିଥିଲେ।
ରିପୋର୍ଟ ସଞ୍ଜୀବ କୁମାର ।



