Saturday, November 14, 2026
Home ଆଞ୍ଚଳିକ କୋଭିଡ କଟକଣା କୁ ନେଇ ବଟେଶ୍ୱର ଶୈବପୀଠ ପରିଚାଳନା କମିଟି ପକ୍ଷରୁ ବୈଠକ

କୋଭିଡ କଟକଣା କୁ ନେଇ ବଟେଶ୍ୱର ଶୈବପୀଠ ପରିଚାଳନା କମିଟି ପକ୍ଷରୁ ବୈଠକ

21

ଗଞ୍ଜାମ,୩୦/୧୦ (ଜିଲ୍ଲା ଖବର) : ଆଗାମୀ କାର୍ତ୍ତିକ ମାସରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ଶୈବପୀଠ ମାନଙ୍କରେ ଭିଡ଼ ଜମିବାର ସମ୍ଭାବନା ରହିଛି।ସାଧାରଣତଃ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ମହୋଦଧି କୂଳରେ ରହିଥିବା ପଶ୍ଚିମାଭିମୁଖୀ ପ୍ରସିଦ୍ଧ ବଟେଶ୍ୱର ମହାଦେବ ଙ୍କ ଶୈବ ପୀଠରେ ମଧ୍ୟ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଜମିବାର ସମ୍ଭାବନା ରହିଛି। ଶ୍ରଦ୍ଧାଳୁ ମାନେ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଆସି ମହାଦେଵ ଙ୍କୁ ଦର୍ଶନ କରିବା ସହ ମନ୍ଦିର କୁ ଘେରି ରହିଥିବା ପ୍ରାକୃତିକ ପରିବେଶ ଉପଭୋଗ କରିବା ସହ ସମୁଦ୍ରରେ ସ୍ନାନ କରିବାର ମଜା ନେଇଥାନ୍ତି। ସମ୍ପ୍ରତି କରୋନା ମାହାମାରୀ ର ଭୟ ରହିଛି। କୋଭିଡ କଟକଣା କୁ ଦୃଷ୍ଟିରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। କାର୍ତ୍ତିକ ମାସର ପ୍ରତ୍ୟକ ସୋମବାର ଓ କାର୍ତ୍ତିକ ପୂର୍ଣ୍ଣମୀ ରେ ଶ୍ରଦ୍ଧାଳୁ ମାନଙ୍କୁ ଭିଡ଼ କୁ ଦୃଷ୍ଟିରେ ରଖି କୋଭିଡ ନିୟମାନୁଯାୟୀ ମନ୍ଦିର ବନ୍ଦ ରଖିବା ସହ କୋଭିଡ ସମସ୍ତ ନିୟମ ପାଳନ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ପାରମ୍ପାରିକ ରୀତିନୀତି ଅନୁଯାଇ ମନ୍ଦିର ପୂଜକ ଙ୍କ ଦ୍ଵାରା ପୂଜାର୍ଚନାର କରାଯାଇ ବାହାରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦ୍ୱୀପଦାନ ଵ୍ୟଵସ୍ଥା କରିବାକୁ ବୈଠକରେ ସ୍ଥିର କରାଯାଇଥିଲା।
କଣ୍ଟିଆଗଡ଼,ଖଟୁଆକୁଦା,ମୟୂର ପଦା, ନିଳାଦ୍ରୀପୁର, ଗୋଖରକୁଦା, ପୋଡମପେଟା ପ୍ରମୁଖ ଗ୍ରାମବାସୀ ମନ୍ଦିର ପରିଚାଳନା କମିଟି ବୃନ୍ଦ ବୈଠକରେ ଉପସ୍ଥିତ ଥିଲେ।
ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ବ୍ଲକ,ତହସିଲ ଓ ପୋଲିସ ପ୍ରଶାସନ କୁ ଅବଗତ କରାଯାଇଛି।

ରିପୋର୍ଟ ପ୍ରଦୀପ କୁମାର ସାହୁ।