
ଗଞ୍ଜାମ, ୩୦/୧୦ (ଜିଲ୍ଲା ଖବର): କରୋନା ମହାମାରୀ କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣା କୁ ଦୃଷ୍ଟିରେ ରଖି ଗଞ୍ଜାମ ସହରାଞ୍ଚଳରେ ମା ଗଜଲକ୍ଷ୍ମୀ ପୂଜା ନିରାଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି ।ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ସ୍ଥିତ ୧୨ ନମ୍ବର ୱାର୍ଡ ରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ କୋଭିଡ ନିୟମାନୁଯାୟୀ
ଗଜ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଛି।
ପଣ୍ଡିତ ମାଗା ପଣ୍ଡା ଙ୍କତତ୍ୱାବଧାନରେ ମାଙ୍କ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୁଜାର୍ଚନାକରାଯାଇଥିଲା। କୋଭିଡ କଟକଣା ରହିଥିବାରୁ ପୂଜାକମିଟି ପକ୍ଷରୁ ବାରଣ କରାଯାଇଥିବାରୁ ଶ୍ରଦ୍ଧାଳୁ
ମାନଙ୍କ ଭିଡ଼ ଦେଖିବାକୁ ମିଳି ନଥିଲା।
ସେହିପରି ବଡ ବଜାର ବଣିକ ସଙ୍ଘ ପକ୍ଷରୁ ବଡବଜାର ଠାରେ ମଧ୍ୟ ନିରାଡ଼ମ୍ବର ଭାବେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।
ରିପୋର୍ଟ ପ୍ରଦୀପ କୁମାର ସାହୁ।


