Saturday, November 14, 2026
Home ଆଞ୍ଚଳିକ ଷ୍ଟେଟବ୍ୟାଙ୍କ ପକ୍ଷରୁ ଦୃଘଟଣା ଜନିତ ବୀମା ଅର୍ଥ ସଂଗ୍ରହକୁ ନେଇ ଅସନ୍ତୋଷ

ଷ୍ଟେଟବ୍ୟାଙ୍କ ପକ୍ଷରୁ ଦୃଘଟଣା ଜନିତ ବୀମା ଅର୍ଥ ସଂଗ୍ରହକୁ ନେଇ ଅସନ୍ତୋଷ

20

ଗଂଜାମ,୩୦/୧୦ (ଜିଲ୍ଲା ଖବର) : ସମ୍ପ୍ରତି କରୋନା ମହାମାରୀକୁ ନେଇ ଲକ ଡାଉନ ଓ ସଟ ଡାଉନ ପରିସ୍ଥିତି ଜନ ସମୁଦାୟଙ୍କ ମୁକାବିଲା କରିଥିବା ବେଳେ ଲୋକ ଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଛି।

ରମ୍ଭା ସହରରେ ରହିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରତ୍ୟକ ଖାତାଧାରୀ ଙ୍କୁ ଏପରି ସ୍ଥିତିରେ ଦୃଘଟଣା ଜନିତ ବୀମା
କରିବାକୁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ ହେଉଛି।
ଏକ ଶହ ଟଙ୍କାରେ ୨ ଲକ୍ଷ, ୨ ଶହ ଟଙ୍କାରେ ୪ ଲକ୍ଷ, ୫ ଲକ୍ଷ ଟଙ୍କା ରେ ୨୦ ଲକ୍ଷ,ଏକ ହଜାର ଟଙ୍କାର ୨୦ ଲକ୍ଷ ଟଙ୍କା ଦୃଘଟଣା ଜନିତ ବୀମା ରହିଥିବା ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଅବଗତ କରାଯାଇଛି।
ହେଲେ କୋଭିଡ ପ୍ରଭାବରେ ଜୀବିକା ହରାଇ ଥିବା ଉପଭୋକ୍ତା ମାନଙ୍କ ବ୍ୟାଙ୍କରେ ସ୍ୱଳ୍ପ ଅର୍ଥ ରାଶି ଜମା ରହିଥିବା ବେଳେ ବର୍ତ୍ତମାନ ସମୟରେ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଚଳିବା କଷ୍ଟକର ବ୍ୟାପାର ହୋଇ ପଡ଼ିଛି। ବୀମା ରାଶି ଅର୍ଥ ବ୍ୟାଙ୍କରେ ବାନ୍ଧିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ବାଧ୍ୟ କରୁଥିବା ଫଳରେ ବର୍ତ୍ତମାନ ସମୟରେ ବେଡି ଉପରେ କରୋଡା ସଦୃଶ୍ୟ ହୋଇପଡିଥିବା ନେଇ ଲୋକେ ମତ ଦେଇଛନ୍ତି। ଉପଭୋକ୍ତା ଏହାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ପାରିନାହିଁ।

ରିପୋର୍ଟ ପ୍ରଦୀପ କୁମାର ସାହୁ।