Tuesday, October 20, 2026
Home ଆଞ୍ଚଳିକ କନ୍ଧମାଳ ଗୋଚ୍ଛାପଡା ଠାରେ ବିଶ୍ୱ ମସ୍ତିିଷ୍କଘାତ ଦିବସ ପାଳିତ

କନ୍ଧମାଳ ଗୋଚ୍ଛାପଡା ଠାରେ ବିଶ୍ୱ ମସ୍ତିିଷ୍କଘାତ ଦିବସ ପାଳିତ

51

ବାଲିଗୁଡା,୩୦/୧୦( ଜିଲ୍ଲା ଖବର ) : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ବିଶ୍ୱ ମସ୍ତିଷ୍କଘାତ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଛାପଡ଼ା ଚିକିତ୍ସାଧିକାରୀ ଡ଼.ସାହିତାହା ପରବିନ୍‍,ଫାର୍ମାସିଷ୍ଟ , ଷ୍ଟାଫନର୍ସ,ଏଏନ୍‍ଏମ୍‍ ଓ ଆଶାକର୍ମୀମାନେ ଏଥିରେ ସାମିଲ୍‍ ହୋଇଥିଲେ। ଏହି ଅବସରରେ ଚିକିତ୍ସାଧିକାରୀ ବିଶ୍ୱ ମସ୍ତିିଷ୍କଘାତ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ କିଛି ବକ୍ତବ୍ୟ ଦେଇଥିଲେ ଓ ପରେ ପରେ ସଚେତନତା ବାର୍ତା ନେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ଡ଼ାକ୍ତରଖାନା ପରିସରରୁ ବାହାରି ଗୋଛାପଡ଼ା ପର୍ଯ୍ୟନ୍ତ ଗସ୍ତ କରି ଅଞ୍ଚଳ ବାସୀଙ୍କ ମନରେ ସଚେତନ ଜାଗ୍ରତ କରିବା ସହିତ କିଭଳି ମସ୍ତିିଷ୍କଘାତ ନ ହେବ ସେଥିପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।