Home ଆଞ୍ଚଳିକ ଫାନିକୁ ବିତିଲା ୧୭ ମାସ ଏନଡିଆରସି ସ୍କୁଲକୁ ବିଦ୍ୟୁତ୍ ସଂଯୋଗ ହେଲାନି ଆନ୍ଦୋଳନ ଚେତାବନୀ

ଫାନିକୁ ବିତିଲା ୧୭ ମାସ ଏନଡିଆରସି ସ୍କୁଲକୁ ବିଦ୍ୟୁତ୍ ସଂଯୋଗ ହେଲାନି ଆନ୍ଦୋଳନ ଚେତାବନୀ

36

ଜଟଣୀ,୩୦/୧୦(ଜିଲ୍ଲା ଖବର) : ଫାନିକୁ ଇତି ମଧ୍ୟରେ ୧୭ମାସ ବିତିଯାଇଥିଲେ ସୁଦ୍ଧା ଜଟଣୀ ରେତଙ୍ଗ କଲୋନୀ ଅଞ୍ଚଳରେ ଥିବା
ଏନଡିଆରସି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇପାରିଲା ନାହିଁ । କରୋନା ପରେ ସରକାର ସ୍କୁଲଗୁଡ଼ିକୁ ଖୋଲିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଫାନିବେଳେ ସ୍କୁଲକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପରିକି ତାର, ଖୁଣ୍ଟ
ଆଦି ତଳେ ଲୋଟିଥିବାବେଳେ ଏଥିପ୍ରତି କେହି ଧ୍ୟାନ ଦେଇନାହାନ୍ତି । ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ରେଳବିଭାଗ ଏବଂ ଗଣଶିକ୍ଷାବିଭାଗ ଶୁଣୁନଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି ହେବା ସହିତ ସେଚ୍ଛାସେବୀ ସଙ୍ଗଠନ (Public Right Association) ଜନଅଧକାର ସଂଘ ପକ୍ଷରୁ ପୁନଃ ଦାବି କରାଯାଇଛି । ଯଦି ଏହି ଦାବି ପୂରଣ ନହୁଏ, ଅର୍ଥାତ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ କୌଣସି ବ୍ୟାଘାତ ସୃଷ୍ଟି ହୁଏ, ତେବେ ଆନ୍ଦୋଳନ କରାଯିବ ବୋଲି ସଂଘର ରାଜ୍ୟ ସମ୍ପାଦିକା ଆଇନଜୀବୀ ଜ୍ୟୋର୍ତିମୟୀ ପଣ୍ଡା କହିଛନ୍ତି । ସୂଚନାଯୋଗ୍ୟ ଜଟଣୀ ରେତଙ୍ଗ କଲେନୀ ଏନଡିଆରସି ସରକାରୀ ପ୍ରାଥମିକ ସ୍କୁଲକୁ ରେଳପଥ ପକ୍ଷରୁ ବିଦ୍ୟୁତ ସଂଯୋଗ କରାଯାଇଥିଲା
ବେଳେ ଏବେ କିନ୍ତୁ ରେଳବିଭାଗ ବିଦ୍ୟୁତ ସଂଯୋଗ ଦେବାଲାଗି ରୋକ୍‌ଠୋକ୍ ମନା କରିଦେଇଛି । ଅନ୍ୟ ପଟେ ରେଳବିଭାଗ ପକ୍ଷରୁ ନିକଟସ୍ଥ ୪୫ଟି ମନ୍ଦିରକୁ ବିନା ମୂଲ୍ୟରେ ବିଦ୍ୟୁତ ସଂଯୋଗ ବର୍ଷ ବର୍ଷରୁ ଦିଆଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଭାଗ ମନା କରୁଛି । ଏ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଉକ୍ତ ସ୍କୁଲଟି ରେଳପଥ ଅଞ୍ଚଳରେ ଏବଂ ରେଳପଥ କର୍ମଚାରୀଙ୍କ ପିଲାମାନେ ପାଠ ପଢ଼ିଥାନ୍ତି । ଏହାର ତଦାରଖ ଗଣଶିକ୍ଷା ବିଭାଗ ପକ୍ଷରୁ କରାଯାଉଛି । ତେବେ ଏହି ସ୍କୁଲଟି ଦୁଇ ନାଆରେ ଗୋଡ ଦେବାଭଳି ସ୍ଥିତିରେ ଥିବାରୁ କେଉଁ କୂଳର ହୋଇପାରୁ ନାହିଁ ବୋଲି ବିଦ୍ୟାଳୟ କର୍ମଚାରୀ କହିଛନ୍ତି । ଏହି ସ୍କୁଲ ଅଞ୍ଚଳରେ ଏକ । ସ୍ୱତନ୍ତ୍ର । କାରଣ ଏଠାରେ ଓଡ଼ିଆ ଏବଂ ତେଲୁଗୁ ସମ୍ପ୍ରଦାୟ ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ଶିକ୍ଷାର ବ୍ୟବସ୍ଥା ରହିଛି । ଏବେ ସ୍କୁଲରେ ଉଭୟ ସମ୍ପ୍ରଦାୟର ୧୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢନ୍ତି । ପ୍ରଥମରୁ ୫ମ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି । ତେଣୁ ପିଲାଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ପାଇଁ ଦାବି ହେଉଛି ।

ରିପୋର୍ଟ ସଞ୍ଜୀବ କୁମାର ।