Monday, November 16, 2026
Home ଆଞ୍ଚଳିକ ଦାମୋଦରପୁର ଗ୍ରାମରେ ମୁଖ୍ୟରାସ୍ତା ଜଳମଗ୍ନ। କେବେ ପଡିବ ପ୍ରଶାସନର ନଜର

ଦାମୋଦରପୁର ଗ୍ରାମରେ ମୁଖ୍ୟରାସ୍ତା ଜଳମଗ୍ନ। କେବେ ପଡିବ ପ୍ରଶାସନର ନଜର

17

ଗଞ୍ଜାମ,୨୯/୧୦ (ଜିଲ୍ଲା ଖବର) : ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ର ୧୨ ନମ୍ବର ୱାର୍ଡ ଦୁର୍ଯ୍ୟୋଧନ ପାତ୍ରଙ୍କ ହୋଟେଲ ନିକଟରେ ମୁଖ୍ୟରାସ୍ତା ଜଳମଗ୍ନହୋଇ ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଗ୍ରାମର ୧୨ ନମ୍ବର ୱାର୍ଡରେ ଏନ.ଏ.ସି. ପକ୍ଷରୁ ଡ୍ରେନ ନିର୍ମାଣ ନୂତନ ଭାବେ କରାଯାଇଛି, ହେଲେ ସେଠାରୁ ଜଳ ନିଷ୍କାସନ ର ବ୍ୟବସ୍ଥା କରାଯାଇନାହିଁ। ଫଳରେ ରେଡି ସାହିର ଘର ମାନଙ୍କ ରୁ ଆସି ଅପରିଷ୍କାର ଜଳ ଡ୍ରେନରେ ମିଶି ସେଠାରେ ଜମି ରହୁଥିବା ଲକ୍ଷ କରାଯାଉଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଯିବା ଆସିବାକ୍ଷେତ୍ରରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନ ପାର୍ବଣର ଋତୁ ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପରିଲକ୍ଷିତ ହେଉଛି।
ଉକ୍ତ ରାସ୍ତା ଟି ୧୧ ଓ ୧୨ ନମ୍ବର ୱାର୍ଡବାସୀ ଯିବା ଆସିବା କରିଥାନ୍ତି। ସାଧାରଣତଃ ବରିଷ୍ଟ ନାଗରିକ ଓ ଛୋଟ ଶିଶୁ ମାନେ ଯିବା ଆସିବା ସମୟରେ ଏବଂ ସାଇକେଲ ଆରୋହି ମାନେ ସେଠାରେ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ଲକ୍ଷ କରାଯାଉଛି। ବାଇକ ଯାଉଥିବା ବେଳେ ରାସ୍ତା ଦେଇ ଯାଉଥିବା ଲୋକଙ୍କ ଉପରେ ପାଣି ଛିଟିକା ପଡୁଥିବା ଏବଂ ଝଗଡାର ସୂତ୍ରପାତ ହେଉଛି। ସେଠାରୁ ଜଳ ନିଷ୍କାସନ ନେଇ ପୂର୍ବରୁ କୈଣସି ପ୍ଲାନ କରାଯାଇ ନଥିବା କୁ ନେଇ କନିଷ୍ଟ ଯନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ। ସେଠାରେ ଆବର୍ଜନା ପାଣି ଜମି ରହିବା ଫଳରେ ମଶା ମାଛି ଙ୍କ ପାଦୃଭାଵ
ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି ଏବଂ ବିଭିନ୍ନ ସଂକ୍ରମକ ରୋଗ ବ୍ୟାପିବାର ସମ୍ଭାବନା ରହିଛି।କରୋନା ମାହାମାରୀ ସମୟରେ ମୁଖ୍ୟ ରାସ୍ତାରେ ଆବର୍ଜନା ପାଣି ଜମି ରହିବା କୁ ବୁଦ୍ଧିଜୀବୀ ମାନେ ନା’ପସନ୍ଦ କରିଛନ୍ତି। ଅନ୍ୟପଟେ ଆବର୍ଜନା ପାଣି ଜମି ରହୁଥିବା ଫଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।ନିକଟରେ ରାସନ ଦୋକାନ ଓ ହୋଟେଲ ରହିଥିବାରୁ ପ୍ରତ୍ୟହ ଶତାଧିକ ଲୋକଙ୍କ ଯିବା ଆସିବା ଲାଗିରହୁଛି। ଯାହାକୁ ନେଇ ଏନ ଏ ସି କର୍ତ୍ୟୁପକ୍ଷ ପଦକ୍ଷେପ ନେଇ ସେଠାରୁ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।

ରିପୋର୍ଟ ପ୍ରଦୀପ କୁମାର ସାହୁ।