
ଜଟଣୀ,୨୯/୧୦(ଜିଲ୍ଲା ଖବର) : ସ୍ଥାନୀୟ ଅଞ୍ଚଳର ଜଣାଶୁଣା ସ୍ଵେଚ୍ଛାସେବୀ ସ୍ଵର୍ଗତ ଶିବପ୍ରସାଦ ମହାନ୍ତିଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ଜଟଣୀର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସମ୍ଭାବନା ପରିବାର” ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ପାତ୍ରଙ୍କ ନେତୃତ୍ଵ ରେ ସ୍ଥାନୀୟ ବଡ଼ି ମସଜିଦ୍, କୋର୍ଟ ଛକ ଠାରୁ କୋଭିଡ଼ ନିୟମାନୁଯାଇ ସଦସ୍ୟ ମାନେ କ୍ୟାଣ୍ଡେଲ ଜଳାଇ ସୀତାରାମ୍ ଛକ ଠାରେ ପହଁଞ୍ଚିବା ପରେ ସେଠାରେ ଏକ ସ୍ମୃତିଚାରଣ ସଭା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶ, ସହ ସମ୍ପାଦକ ଅମିନ ରାଉତ, ନିତ୍ୟ ଜିତ ଚମ୍ପତି, ଉପସଭାପତି ଅବଦୁଲ ସତାର, ସୁକାନ୍ତ ନାୟକ, ରମାକାନ୍ତ ମହାରଣା, ସଂଗଠନ ସମ୍ପାଦକ ଦିଲୀପ କୁମାର ସିଂ, ରାଜେଶ କୁମାର ପାଇକରାୟ, ବିଶାଲ ହରିଚନ୍ଦନ, ଅଜଗର ଖାନ୍, ଅନୁଷ୍ଠାନର ପରାମର୍ଶ ଦାତା ଭାସ୍କର ଚନ୍ଦ୍ର ଡାକୁଆ, ଚିତ୍ତ ରଞ୍ଜନ ସ୍ଵାଇଁ, ଚିତ୍ତ ରଞ୍ଜନ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ l
ରିପୋର୍ଟ ସଞ୍ଜୀବ କୁମାର ।



