Home ଆଞ୍ଚଳିକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ସୃତିରେ ରାଷ୍ଟ୍ରିୟ ଏକତା ଦିବସ ପାଳନ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ସୃତିରେ ରାଷ୍ଟ୍ରିୟ ଏକତା ଦିବସ ପାଳନ

23

ଖୋର୍ଦ୍ଧା,୨୯/୧୦(ଜିଲ୍ଲା ଖବର) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ଏକତା ଦିବସର ଶପଥ ମାନ୍ୟବର ରେଳମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପରିଚାଳନା କରିଥିଲେ।ଶ୍ରୀ ଶଶୀ କାନ୍ତ ସିଂହ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଅଶୋକ କୁମାର, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି), ଶ୍ରୀ ରାଜ କୁମାର, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା) ଏବଂ ଅନ୍ୟ ଶାଖା ଅଧିକାରୀ ଏବଂ କର୍ମଚାରୀମାନେ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ପାଇଁ ଏକତା ଦିବସର ଶପଥ ପରିଚାଳନା କରିଥିଲେ ।ଆମ ଦେଶର ଏକୀକରଣର ଉଦ୍ଦେଶ୍ୟକୁ ନେଇ ଏହି ଶପଥ ନିଆଯାଇଥିଲା, ଯାହା ଆମ ଦେଶର ସ୍ବାଧିନତାର ଅନ୍ୟତମ ନାୟକ ଶ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦର୍ଶନ ଏବଂ କାର୍ଯ୍ୟ ଦକ୍ଷତା ଦ୍ୱାରା ସମ୍ଭବ ହୋଇପାରିଥିଲା। ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ ମଣ୍ଡଳର ବରିଷ୍ଟ କାର୍ମୀକ ଅଧିକାରୀ ଶ୍ରୀ ଶ୍ରୀ ରଂଜନ କୁମାର ମହାନ୍ତି ସଂଯୋଜନା କରିଥିଲେ।

ରିପୋର୍ଟ ସଞ୍ଜୀବ କୁମାର ।