Sunday, November 15, 2026
Home ଆଞ୍ଚଳିକ ମାନ୍ୟବର ମନ୍ତ୍ରୀ ଵିକ୍ରମ କେଶରୀ ଆରୁଖ ଙ୍କ ଦ୍ୱାରା କରୋନା ସଚେତନ ପଦଯାତ୍ରା ଓ ବିଭିନ୍ନ...

ମାନ୍ୟବର ମନ୍ତ୍ରୀ ଵିକ୍ରମ କେଶରୀ ଆରୁଖ ଙ୍କ ଦ୍ୱାରା କରୋନା ସଚେତନ ପଦଯାତ୍ରା ଓ ବିଭିନ୍ନ ପ୍ରକଳ୍ପର ଉଦଘାଟନ

123

ଭଞ୍ଜନଗର,୨୯/୧୦(ଜିଲ୍ଲା ଖବର) : ଓଡ଼ିଶାର ବରିଷ୍ଠ କେବିନେଟ ମନ୍ତ୍ରୀ ମାନ୍ୟବର ଶ୍ରୀ ଯୁକ୍ତ ଵିକ୍ରମ କେଶରୀ ଆରୁଖ ଦିନିକିଆ ଗ୍ରସ୍ଥ ରେ ଆସି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ର ଗାୟାଗଣ୍ଡା ଓ କୋକଳବା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ କୋରନା ସଚେତନତା ଯାତ୍ରା କରିବା ସହ ବିଭିନ୍ନ ଉର୍ଣ୍ଣୟନ ମୁଳକ ପ୍ରକଳ୍ପ ର ଶୁଭ ଉଦଘାଟନ କରିଛନ୍ତି।
ଗାୟଗଣ୍ଡା,ପଟାଙ୍ଗି,
ବୁରପଲ୍ଲୀ
କଳିଙ୍ଗପଦର,ଜାଡଧାର ଠାରେ ପାନୀୟ ଜଳ ଯୋଗାଣ ସହ
ଓଭେରହେଡ ଟାଙ୍କି,ଯାତ୍ରୀ ବିଶ୍ରାମଗାର,ଅଙ୍ଗନବାଡି କେନ୍ଦ୍ର,ବିଜୁ ଯୁବ ବିକାଶ କେନ୍ଦ୍ର ର ଶୁଭ ଉଦଘାଟନ କରିବା ସହ କୋରନା ସଚେତନତା ପଦଯାତ୍ରା, ଓ ପଥପ୍ରାନ୍ତ ସଭା ଓ ମାକ୍ସ ବଣ୍ଟନ ହୋଇ ଥିଲା।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ, ପ୍ରବାସୀ ଓଡିଆ ଙ୍କ ସଂଗରୋଧ କେନ୍ଦ୍ର ରେ ରହଣି,ଓ ଚିକିତ୍ସା, କୋରନା ରୋଗୀ ମାନଙ୍କୁ କୋଭିଡ କେର ହସ୍ପିଟାଲ ରେ ମାଗଣା ଚିକିତ୍ସା ବ୍ୟବସ୍ଥା କରି ସାରା ବିଶ୍ଵ ଓ ଅକ୍ସଫୋର୍ଡ ଦ୍ୱାରା ପ୍ରଶଂସିତ ହୋଇଛନ୍ତି।”କୋରନା ହାରିବ,ଓଡ଼ିଶା ଜିତିବ”ନାରା ରେ ସଚେତନତା କରା ଯାଇଥିଲା,ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ କୋରନା ପ୍ରତିହତ କରା ଯାଇ ପାରିଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ କହିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ କୋରନା ରୋଗୀ ମାନ ଙ୍କୁ ପ୍ରତେକ ସମୟ ରେ ସାହାଯ୍ୟ ର ହାତ ବଢେଇଛନ୍ତି ବୋଲି ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ ନିଜ ବକ୍ତବ୍ୟ ରେ କହିଥିଲେ।ସାମାଜିକ ଦୂରତା ରେ ସମସ୍ତ କାର୍ଯ୍ୟକର୍ମ ହୋଇଥିଲା।ବ୍ଲକ ବିଜେଡ଼ି ସଭାପତି ମୋହନ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସରକାରୀ ଓକିଲ ଦିବାକର ନାୟକ ,ସମାଜସେବୀ ସୁଳପାଣି ଶତପଥୀ,ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା, ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ,ଜିଲ୍ଲା ପରିଷଦ ସଦସ୍ୟା ପଦ୍ମଜା ପାତ୍ର, ସଦସ୍ୟ ଡାକ୍ତର ରାଜେନ୍ଦ୍ର ସ୍ୱାଇଁ, ବରୁଣ ବେହେରା,ସରପଞ୍ଚ ଉମାଶଙ୍କର ବାରିକ,ହୃଷିକେଶ ନାୟକ,ଅଞ୍ଜଳି ନାୟକ,ଓ ଶ୍ରୀକାନ୍ତ ଦଳବେହେରା,ପ୍ରଭାତ ଦଳବେହେରା,ଗାଲ ମାଧବ ସାହୁ,ନିର୍ମଳ ଚନ୍ଦ୍ର ନାୟକ, ଚିତ୍ତରଞ୍ଜନ ନାୟକ,ନରେନ କୁମାର ଆରୁଖ,ବାବୁଲି ପ୍ରଧାନ,ବିଜୟ ନାୟକ,ଅନାଦି ବେହେରା,ଲଷ୍ମୀକାନ୍ତ ରାଉତରାୟ,ରଞ୍ଜିତ ପାତ୍ର, ଗୌରାଙ୍ଗ ପଟ୍ଟନାୟକ, ଧ୍ରୁବସେନ ବେହେରା, ବୁଲୁ ସେଠି,ସମେତ ବହୁ ବୁଦ୍ଧିଜୀବି, ବିଜୁପ୍ରେମୀ ଯୋଗ ଦେଇଥିଲେ।

ରିପୋର୍ଟ ନିରାକାର ସାହୁ ।