
ବାଲିଗୁଡା,( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ରେ 2011ମସିହା ଫେବୃଆରୀ ମାସରେ ଡେଙ୍ଗୁଡ଼ା ସ୍ଥିତ ତାଙ୍କ ବାସଭବନ ରେ ମାଓବାଦୀ ମାନେ ଏସପିଓ ନାରେଙ୍ଗା ମଳିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ |ଫଳରେ ସେହିଦିନ ଠାରୁ ପ୍ରତିବର୍ଷ କୋଟଗଡ ପୁଲିସ ଓ ଜିଲ୍ଲା ପୁଲିସ ଅଧିକାରୀ ଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦେଇଆସୁଛନ୍ତି | କାଲି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ବିପିନ ବିହାରୀ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଓ କୋଟଗଡ ଥାନା ଭାରପ୍ରାପ୍ତ ଅଧିକାରୀ ହରମୋହନ ନାୟକ ଓ ଏସଆଇ ନୀଳାଞ୍ଚଳ ଜେନା ସମେତ ସମସ୍ତ ପୋଲିସ କର୍ମଚାରୀ ସହିଦ ଙ୍କ ଗ୍ରାମ କୁ ଯାଇ ଫୋଟ ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



