
ଜଟଣୀ,୨୯/୧୦(ଜିଲ୍ଲା ଖବର) : ଜଟଣୀ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ୪ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଜଟଣୀଥାନା ପଦନପୁର ଅଞ୍ଚଳର ରଘୁନାଥ ଦାସ, ଖୁଦୁପୁର ଅଞ୍ଚଳର ଜିତେନ୍ଦ୍ର ରାଉତରାୟ, ଚିନ୍ମୟ ସାମନ୍ତରାୟ ଓ ବଡ଼ତୋଟାର ଶମ୍ଭନାଥ ନାୟକ। ଏମାନଙ୍କୁ ଆଜି କୋର୍ଟ ଚାଲଣ କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗନ୍ନାଥପୁର ରଫ । ପାତ୍ରପଡ଼ା ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିଲେ । ଜଟଣୀ ପୁଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଥିଲେ । ପୁଲିସ ଏମାନଙ୍କଠାରୁ ୨ଟି ବାଇକ୍, କଟୁରି, ଛୁରି, ଲଙ୍କାଗୁଣ୍ଡ ଓ ଏକ ଲୁହାରକୁ ଜବତ କରିଛି । ଏ ନେଇ ଜଟଣୀଥାନା କେସ୍ ନଂ ୪୧୭|୨୦ରେ ମାମଲା ରୁଜୁ ହୋଇଛି।
ରିପୋର୍ଟ ସଞ୍ଜୀବ କୁମାର ।



