Thursday, November 12, 2026
Home ଆଞ୍ଚଳିକ ଗାଈ ଗୁହାଳ ରେ ଦୁର୍ନୀତି ହୋଇଥିବା ବେଳେ ରାୟଗଡା ଜିଲ୍ଲା ପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ...

ଗାଈ ଗୁହାଳ ରେ ଦୁର୍ନୀତି ହୋଇଥିବା ବେଳେ ରାୟଗଡା ଜିଲ୍ଲା ପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାୟଗଡା ସିଡିଭିଓ କୁ ମାତ୍ର ତଦନ୍ତ ତଦନ୍ତରେ ହି ରହିଗଲା

130

ରାୟଗଡା,୨୮/୧୦(ଜିଲ୍ଲା ଖବର) : ରାୟଗଡ଼ାଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ପଚାୟତ ରେ ଗାଈ ଗୁହାଳ ଦୁର୍ନୀତି ସମ୍ପର୍କରେ ରାୟଗଡା ଜିଲ୍ଲା ପାଳ ପ୍ରମଦ କୁମାର ବେହେରା କୁ ଯୋଗାଯୋଗ କରିବାପରେ ସେ ରାୟଗଡା ସିଡିଭିଓ କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମାତ୍ର ତଦନ୍ତ ତଦନ୍ତ ରେ ହି ରହିଗଲା।କାରଣ ଏଠି ବିଷମକଟକ ଭିଏସ୍ ଓ ରାୟଗଡା ସିଡିଭିଓ ଦେବେନ୍ଦ୍ର ନାଥ ବିଶ୍ବାଳ ଏବଂ ହାଟମୁନିଗୁଡା ଏଲ୍ ଆଇ କମି ମହାପାତ୍ର ମଧ୍ୟ ଗାଈ ଗୁହାଳ ଦୁର୍ନୀତି ରେ ସାମିଲ ଥିବା ମନେ ହେଉଛି।କାରଣ ହାଟମୁନିଗୁଡା ପଚାୟତ ରେ ଗାଈ ଗୁହାଳ ନାମରେ ବ୍ୟାପକ ଦୁର୍ନୀତି ହୋଇଛି।ଯେଉଁ ମାନଙ୍କ ର ଗୋଟିଏ ମଧ୍ୟ ଗାଈଗୋରୁ ନାହାନ୍ତି ସେମାନଙ୍କୁ କିପରି ଚୟନ କରି ପଚାୟତ ର ଅଧିକାରୀ ଓ ହାଟମୁନିଗୁଡା ଏଲ୍ ଆଇ ଜାଲିଆତି ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଗାଈ ଗୁହାଳ ଯୋଗାଇ ଦିଆଯାଇଛି ଏବଂ ଯେଉଁ ହିତାଧିକାରୀଙ୍କ ଗାଈଗୋରୁ ଅଛନ୍ତି ସେମାନଙ୍କୁ ଅଯୋଗ୍ୟ କରି ଗାଈଗୋରୁ ତାଲିକା ରୁ ହଟାଇ ଦିଆ ଯାଇ ଛି ।2016.ମସିହାରେ ସାର ଏବଂ ଖାସ ଚାରା ଦୁର୍ନୀତି ରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ହଡପ୍ କରି ଥିଲେ ହାଟମୁନିଗୁଡା ଏଲ୍ଆଇ କମି ମହାପାତ୍ର । କୈଣସି ସୂତ୍ରରୁ ଖବର ପାଇ ସେହି ମାଳିଶିରିପୁରୁ ଗ୍ରାମରେ 2019 ମସିହା ରେ ପହଞ୍ଚି ଥିଲେ otv ଟିମ୍ ଏହି ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ପ୍ରାୟ 6 ମାସ ଦରମା ଅଟକ ରଖା ଯାଇଥିଲା।ବର୍ତ୍ତମାନ ଏବେ ଗାଈ ଗୁହାଳ ଦୁର୍ନୀତି। ଏହି ଗାଈ ଗୁହାଳ ଦୁର୍ନୀତି ସମ୍ପର୍କରେ ଯେଉଁ ମାନେ ଯୋଡି ତ ଅଛନ୍ତି ତାର ତଦନ୍ତ କରି ଦୋଷୀ କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଭିଜିଲାନ୍ସ ତଦନ୍ତ ପାଇଁ ମଧ୍ୟ ବୁଦ୍ଧି ଜୀବି ମହଲରେ ଦାବି।

ରିପୋର୍ଟ ପ୍ରସନ କୁମାର ପଣ୍ଡା ।