
ବାଲିଗୁଡା,୨୮/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଅଧିନସ୍ଥ ମହାଶିଙ୍ଗୀ ପଞ୍ଚାୟତର ପୁରୁଣା ସାହିରେ କିଛିଦିନ ତଳେ ନବନିର୍ମିତ ଦଶହଜାର ଲିଟର ବିଶିିଷ୍ଟ ସୌର ଚାଳିତ ହ୍ୟାଣ୍ଡ ପମ୍ପ କାମ ସରି ପାଣି ଭର୍ତି ସମୟରେ ପ୍ରକଳ୍ପଟି ଭୁଷୁଡି ପଡିଥିଲା ଓ ତାସହିତ ପାଣିଟାଙ୍କି ଭାଙ୍ଗି ଚୁରମାର ହୋଇଯାଇଥିଲା | ଏହା ଅତି ନିମ୍ନମାନର କାମ ହୋଇଥିବା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହାର ପ୍ରକୃତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ମହାଶିଙ୍ଗୀ ଗ୍ରାମର ପୁରୁଣା ସାହି ବାସିନ୍ଦା ଏକ ଅଭିଯୋଗ ପତ୍ର କ.ନୂଆଗାଁ ବି.ଡି.ଓ ମନୋଜ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରିଛନ୍ତି । ଗତ ୨୪ ତାରିଖ ଦିନ ପ୍ରଥମ ଥର ପାଇଁ ସଂପୃକ୍ତ ଟାଙ୍କିରେ ପାଣି ଭର୍ତି କରାଯାଇଥିବା ବେଳେ ହଠାତ ଭାରସାମ୍ୟ ହରାଇ ପାଣିଟାଙ୍କିଟି ଭୁଷୁଡିପଡିଥିଲା ପାଖରେ ଥିବା ତିନି ଜଣ ଶିଶୁ ବଞ୍ଚି ଯାଇଥିଲେ | ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସଂପୃକ୍ତ ଗ୍ରାମବାସୀ ବୃନ୍ଦ ଓ ବି.ଜେ.ପି ନେତା ବିପ୍ର ପ୍ରଧାନ । ଦାବିପତ୍ରର ଏକ ନକଲ ଉପ ଜିଲ୍ଲାପାଳ ବାଲିଗୁଡା, ଏବଂ ପି.ଡି ଡି.ଆର୍.ଡି.ଏ ଓ ଜିଲ୍ଲାପାଳ କନ୍ଧମାଳଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



