Monday, November 16, 2026
Home ଆଞ୍ଚଳିକ ବୃଦ୍ଧା ମା ନିଖୋଜ,ଭାଇ-ଭଉଣୀ ଙ୍କ ନିବେଦନ

ବୃଦ୍ଧା ମା ନିଖୋଜ,ଭାଇ-ଭଉଣୀ ଙ୍କ ନିବେଦନ

31

ଗଞ୍ଜାମ,୨୯/୧୦ (ଜିଲ୍ଲା ଖବର) : ରମ୍ଭା ସହରର ଜୈନେକ ୭୮ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା ନିଖୋଜ ହୋଇଯାଇଥିବା ନେଇ ରମ୍ଭା ଥାନାରେ ଅଭିଯୋଗ ହୋଇଛି। ବୃଦ୍ଧା ମାର ସେବା ଶୁଶ୍ରୁସା କରିବାର ଦାୟିତ୍ୱ ନେଇଥିବା ବିଧବା ଝିଅ ଦମୟନ୍ତୀ ଜାଲି ଓ ଭଣଜା ଗଣେଶ ଜାଲି। ମା ର ମୃତ ପର୍ଯ୍ୟନ୍ତ ଏକ ମାତ୍ର ବିଧବା ଭଉଣୀକୁ ୪ ଭାଇଙ୍କ ପକ୍ଷରୁ ଦାୟିତ୍ୱ ଦେଇ ଯେ ଯାହାର କର୍ମ କରି ପରିବାର ଅନ୍ୟତ୍ର ରହୁଥିଲେ ମଧ୍ୟ ବିଧବା ଭଉଣୀ ଦମୟନ୍ତୀ ଜାଲିଙ୍କୁ ପୈତୃକ ଘରକୁ ସହମତି ଭିତ୍ତିରେ ଆଜୀବନ ହସ୍ତାନ୍ତରିତ କରାଯାଇଥିଲା।ବାପା ଉଦୟନାଥ ବେହେରା ଙ୍କ ୨୦୧୫ ମସିହା ଜାନୁଆରୀ ୧୫ତାରିଖରେ ମୃତ୍ୟୁ ହୋଇଯିବା ଓ ଶୁଦ୍ଧ କ୍ରିୟା ପରେ ୪ ପୁଅ ରମେଶ, ହରିହର, ବ୍ରଜ ଓ ସୁବାସ ବେହେରା ସହମତି ଭିତ୍ତିରେ ଭଉଣୀଦମୟନ୍ତୀ ଜାଲି ଓ ଭଣଜା ଗଣେଶ ଜାଲିଙ୍କୁ ବୃଦ୍ଧ ମା ବୈଦେହୀ ବେହେରାଙ୍କ ଠିକଣା ସମୟରେ ଖାଇବା, ପିଇବା,ସେବା ଶୁଶ୍ରୁସା ଓ ଦେଖା ଶୁଣା କରିବା ପାଇଁ ଆମର ଆଭ୍ୟନ୍ତରୀଣ ସମାସ୍ୟା ଓ ପାରିବାରିକ ନିଷ୍ପତ୍ତି ବୋଲି ଶୁଣେଇ ଦିଆଯାଇଥିଲା।ଦୀର୍ଘ ଦିନଧରି ମଝିରେ ମଝିରେ ଭାଇମାନେ ଘରକୁ ଆସି ବୃଦ୍ଧା ମାର ଅବସ୍ଥା, ବ୍ୟବସ୍ଥା, ଚାଲିଚଳନ ଓ କିଛି ଆର୍ଥିକ ସହାୟତା ଓ ସାହାର୍ଯ୍ୟ କରିଯାଆନ୍ତି।ଏପରି ସମୟରେ କରୋନା ଭୁତାଣୁ ସଂକ୍ରମଣ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଯିବା ପରେ ପୁଅ ହରିହର କଲିକତା ରୁ ଫେରି ପୈତୃକ ଘରେ ରହିଥିଲେ। ଗୋଟେ ଘରେ ପୁଅ ହରିହର, ପୁଅ, ସ୍ତ୍ରୀ ରହିଥିବା ବେଳେ ସେହି ଘରେ ବିଧବା ଭଉଣୀ ଦମୟନ୍ତୀ ଜାଲି ଓ ଭଣଜା ଗଣେଶ ଜାଲି ରହୁଥିଲେ।କିଛିଦିନ ଚାଲିଲା ପରେ ବେଳେ ବେଳେ କୌଣସି କାରଣ କୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି, ଯୁକ୍ତି ତର୍କ, ଝଗଡା ଏପରିକି ହାତାହାତୀକୁ ନେଇ ରମ୍ଭା ଥାନାରେ ଏତଲା କପିର ନକଲ ପ୍ରକାରେ ବିଧବା ଭଉଣୀ ଦମୟନ୍ତୀ ଜାଲି ଭାଇ ହରିହର ଓ ଭାଉଜଙ୍କ ବିରୋଧରେ ୧୪/୦୭/୨୦୨୦ଓ ୧୬/୦୯/୨୦୨୦ ରିଖରେ ଦୁଇ ଗୋଟି ଏତଲା କପି ଦାଖଲ କରିଥିବା ଓ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହବସ୍ଥାନ ପାଇଁ ପରାମର୍ଶ କରିଥିବା ଜଣାଯାଇଛି।ଉପରୋକ୍ତ ମାମଲା ଓ ପୋଲିସର ଅସହଯୋଗ ମନୋଭାବ ଦେଖି ଓ ହରିହର ବେହେରା ଅସନ୍ତୋଷ ପ୍ରକାଶ କରି ଶେଷରେ ୭୮ ବର୍ଷ ବୟସ୍କା ବୃଦ୍ଧା ମା ବୈଦେହୀ ବେହେରା ଗଞ୍ଜାମ ଏସ. ପି ବ୍ରିଜେଶ କୁମାର ରାୟଙ୍କୁ ଗୁହାରି କରିଥିଲେ।ଅପରପକ୍ଷେ କୌଣସି ସୂତ୍ରରୁ ଖବର ପାଇ ଅନ୍ୟ3ଭାଇ ବ୍ରଜ, ରମେଶ, ସୁବାସ ଓ ଭଉଣୀ ଦମୟନ୍ତୀ ଜାଲି ଭାଇ ହରିହର ମାଙ୍କୁ ଧରି ଚଂଚକତା କରି ଗଞ୍ଜାମ ସବ ରେଜିଷ୍ଟର ଖାତା ନମ୍ବର ୩୪୦/୩୨୯,ପ୍ଲଟ ନମ୍ବର-୩୯୪୨ ଘରବାରି ଏରିଆ ଏ.ଓ.୦୨୬ ଡ଼ିଇସି ନିଜ ନାମରେ କରାଇଦେବା ପ୍ରୟାସ ଜାରି ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ3ଭାଇ ଓ ଭଉଣୀଙ୍କ ପକ୍ଷରୁ ଗଞ୍ଜାମ ସବ ରେଜିଷ୍ଟର ଅଫିସ ରସିଦ ବହି ନମ୍ବର – ୨୯୮୨୯୧୫ ଫିଜ ଦାଖଲ କରି ବ୍ରଜ କିଶୋର ବେହେରା ଓ ଅଦର୍ଶ ପକ୍ଷରୁ ପିଟିସନ ଦାଖଲ ହୋଇଥିବା ୧୮/୦୯/୨୦୨୦ ତାରିଖରେ ଜଣାଯାଇଛି ।କିନ୍ତୁ ଏପରି ସ୍ଥଳେ ନାଟ ତାମସା ଚାଲିଥିବା ବେଳେ ହରିହର ବେହେରାଙ୍କ ବିରୋଧ ରେ ଭାଇ ବ୍ରଜ କିଶୋର ବେହେରା, ରମେଶ, ସୁବାସ ଓ ଭଉଣୀ ଦମୟନ୍ତୀ ଜାଲି ପକ୍ଷରୁ ବୃଦ୍ଧା ମା ବୈ ଦେହୀ ବେହେରା ଙ୍କ ନିଖୋଜ ହୋଇଥିବା ଗଞ୍ଜାମ ଏ ସ.ପି ବ୍ରିଜେଶ ରାୟଙ୍କୁ ଆକୁଳ ନିବେଦନ କରିଥିବା ଏକକିତା ନକଲ ହସ୍ତଗତ ହୋଇଛି।ଘଟଣା କୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ନିଖୋଜ ମା ଙ୍କୁ ଠାବ କରିବା ସହ ଦୋଶିଙ୍କୁ ଉପଯୁକ୍ତ ଶାସ୍ତି ଦିଆଯାଉ ନଚେତ ୩ ଭାଇ ଓ ଭଉଣୀ ଙ୍କ ପକ୍ଷରୁ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ପାଇଁ ଶୁଣାଇଦେଆଯାଇଛି ।

ରିପୋର୍ଟ ପ୍ରଦୀପ କୁମାର ସାହୁ।