
ଜଟଣୀ,୨୮/୧୦(ଜିଲ୍ଲା ଖବର) : ଜଟଣୀ ବ୍ଲକ ଅନ୍ତର୍ଗତ ହରିପୁର ପଂଚାୟତ ସ୍ଥିତ ଅରୁଗୁଳ୍ ଗ୍ରାମରେ ଏକ ଭିନ୍ନ ଧରଣର ସାମାଜିକ ସଚେତନତା ର ସୂଚନା ପ୍ରଦାନ କରିଥିଲେ l ଏଠାରେ ଶ୍ରୀମତୀ ସୁମିତ୍ରା ମହାପାତ୍ର ଅଧକ୍ଷାତାରେ ୯ ଟି ସ୍ୱଂସହାୟକ ଗୋଷ୍ଠୀର ସହଯୋଗରେ ସମସ୍ତ କୋଭିଡ ନିୟମକୁ ପାଳନ କରି କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସାମାଜିକ ସଚେତନାର ଏକ ଟିପ୍ପଣି ପ୍ରଦାନ କରିଥିଲେ l ଏଥିରେ ମା’ତାରିଣୀ, ଗତିଶ୍ଵର, ନାଗେଶ୍ୱର, ଚାନ୍ଦିନୀ, ବାସୁଦେବ, ପାରିଜାତ, ରାଧାକାନ୍ତ, ସନ୍ତୋଷୀ ଓ ଲକ୍ଷ୍ମୀ ସ୍ଵଂସହାୟକ ଗୋଷ୍ଠୀ ସାମାଜିକ ଦୂରତା ରକ୍ଷା କରି ଏହି ସଭାରେ ଯୋଗଦାନ କରିଥିଲେ l ଏଠାରେ ସୁମିତ୍ରା ମହାପାତ୍ର ସମସ୍ତ ସଭ୍ୟା ମାନଙ୍କୁ ମାସ୍କ, ଚଷମା, ଫେସ ସିଲ୍ଲଡ଼ ବଣ୍ଟନ କରିବା ସହ ମିଶନ ଶକ୍ତିର ରିପ୍ଲେଟ ବଣ୍ଟନ କରିବା ସହିତ ଶାରଦୀୟ ପ୍ରବଣରେ ସମୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ କରିଥିଲେ ।
ରିପୋର୍ଟ ସଞ୍ଜୀବ କୁମାର ।



