
ବାଲିଗୁଡା,୨୭/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ଖଜୁରୀପଡା କୁନ୍ଦା ଗ୍ରାମ ର ନର୍ମଦା ମାଝି ଙ୍କ ଦୁଇ ବଖରା ଚାଳଘରେ ନିଆଁ ଲାଗି କଂଶା, ବାସନ, ଲୁଗାପଟା, ପିଲାମାନଙ୍କ ବହିପତ୍ର, ଖାଦ୍ୟ ଜିନିଷ ଇତ୍ୟାଦି ସମ୍ପୂର୍ଣ୍ଣ ପୋଡିଯାଇଛି।ରାଜସ୍ବ ନିରୀକ୍ଷକ ଅମିୟ ଭୂଷଣ ରାମ୍ ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତି ର ଆକଳନ କରିଛନ୍ତି । ନର୍ମଦା ଙ୍କ ସ୍ୱାମୀ ବ୍ରଜବନ୍ଧୁ ମାଝି ବାହାର ରାଜ୍ଯ ରେ ଶ୍ରମିକ ଭାବେ କାମକରୁଛନ୍ତି | ନର୍ମଦା ଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅକୁ ନେଇ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି | ତୁରନ୍ତ ପ୍ରସାଶନ ତରଫରୁ ଥଇଥାନ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



