Thursday, October 15, 2026
Home ଆଞ୍ଚଳିକ ଜୁଆ ଖେଳ ଚାଲିଥିଲା ବେଳେ ପୋଲିସ ଚଢ଼ାଉକରି ୧,୩୫୧୫୦ ନଗଦ ଟଙ୍କା ସହିତ...

ଜୁଆ ଖେଳ ଚାଲିଥିଲା ବେଳେ ପୋଲିସ ଚଢ଼ାଉକରି ୧,୩୫୧୫୦ ନଗଦ ଟଙ୍କା ସହିତ 6 ଜଣ ଜୁଆଡି ଗିରଫ

141

ବାଲିଗୁଡ଼ା,୨୭/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ହୋଟେଲ ଦିଶା ଉପରେ ଜୁଆ ଖେଳ ଚାଲି ଥିବାର କୌଣସି ସୂତ୍ରରୁ ପୋଲିସ ଖବର ପାଇ ଅଚାନକ ଚଢ଼ାଉ କରି ଥିଲା। ଏହି ଚଢ଼ାଉ ବେଳେ ପୋଲିସ ୧,୩୫୧୫୦ ନଗଦ ଟଙ୍କା ସହିତ 6 ଜଣ ଜୁଆଡି ଗିରଫ କରିଛି | ସେମାନଙ୍କ ଠାରୁ 6 ଟି ମୋବାଇଲ ଏବଂ ତାସ ଜବତ କରିଛନ୍ତି | ପୁଲିସ ଏମାନଙ୍କ ବିରୁଦ୍ଧରେ କେଶ ନମ୍ବର 86/20 ରେ ଏକ ମାମଲା ରୁଜୁକରିଛନ୍ତି | ଏହାର ତଦନ୍ତ ଭାର ଏଏସଆଇ ପି.କେ.ଦୀପ ନେଇଛନ୍ତି ଓ ଥାନାଧିକାରୀ ନରେଶ ସାହୁ ସୂଚନା ଦେଇଛନ୍ତିI

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।