Wednesday, July 29, 2026
Home ଆଞ୍ଚଳିକ ନିରାଡ଼ମ୍ବର ଭାବରେ ସରିଲା ଏଥର ଦଶହରା ଉସୂର୍ବ କର୍ମ ମନ୍ଦିର ପକ୍ଷରୁ ପ୍ରତିକାତ୍ମକ ରାବଣ ପୋଡ଼ି

ନିରାଡ଼ମ୍ବର ଭାବରେ ସରିଲା ଏଥର ଦଶହରା ଉସୂର୍ବ କର୍ମ ମନ୍ଦିର ପକ୍ଷରୁ ପ୍ରତିକାତ୍ମକ ରାବଣ ପୋଡ଼ି

22

ଜଟଣୀ,୨୭/୧୦(ଜିଲ୍ଲା ଖବର) : ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ଗୋଟେ ପରେ ଗୋଟେ ଉତ୍ସବ ଫିକା ପଡ଼ି ଚାଲିଥିବା ବେଳେ ଚଳିତ ଦଶହରା ଉତ୍ସବ ମଧ୍ୟ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହକାରେ ସମାପ୍ତ ହୋଇ ଯାଇଛି । ନାଥୁଲା ସାଜସଜା, ନା ଭକ୍ତଙ୍କ ଗହଳିଚହଳି । ସବୁ ପେଣ୍ଡାଲରେ ପରଦା ପଛରେ ମା’ଙ୍କୁ ପୂଜାର୍ଚ୍ଚନା କରାଗଲା । କରୋନା ସଂକ୍ରମଣ ସମୟରେ ସମ୍ପୂର୍ଣ୍ଣ କୋଭି କଟକଣା ପାଳନ ଉପରେ ସରକାର ଗୁରୁତ୍ବ ଦେଇଥିଲେ । ଜଟଣୀର ସମସ୍ତ ପୂଜା ପେଣ୍ଡାଲଗୁଡ଼ିକରେ ମଧ୍ୟ ନିରାଡ଼ମ୍ବର ପୂଜା ଅନୁଷ୍ଠିତ ହୋଇଥିଲା । ବିଜୟା ଦଶମୀରେ ସବୁ ପୂଜା ପେଣ୍ଡାଲ ବନ୍ଦ ହେବା ସ ବାହାରେ କିଛି ବ୍ୟକ୍ତି ଆସି ଗାଡ଼ି ପୂଜା କରିଥିଲେ । ବିଜୟା ଦଶମୀ ପରଦିନ ମା’ଙ୍କୁ ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ମେଲାଣି ଦିଆଯିବାର ବ୍ୟବସ୍ଥା ରହିଛି । ଦଶହରା ଉପଲକ୍ଷେ ପ୍ରତିବର୍ଷ କର୍ମ ମନ୍ଦିର ପକ୍ଷରୁ ସ୍ଥାନୀୟ ଯାତ୍ରାପଡ଼ିଆରେ ମା’ ଦୁର୍ଗାଙ୍କର ରୀତିନିତି ଅନୁଯାୟୀ ପୂଜା ପାଳନ ପୂର୍ବକ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଇଅଛି । ମାତ୍ର ଚଳିତ ବର୍ଷ କଟକଣା ଯୋଗୁଁ ବି ରକୁ ଯାଇ ଛୋଟ ପ୍ରତିକାମୁ ରାବଣ ତିଆରି କରି ସେଥିରେ ଅଗ୍ନି ସଂଯୋଗ କରାଯାଇଥିଲା । ଚଳିତବର୍ଷ ଏହି ଉତ୍ସବ ପରିପେକ୍ଷୀରେ ହେଉଥିବା ସାଂସ୍କୃତିକ, ସମର୍ଦନା, ଅଭିନନ୍ଦନ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିବା ବେଳେ ଆତସବାଜି ପ୍ରଦର୍ଶନ ମଧ୍ୟ ରଖାଯାଇଥିଲା । କାର୍ଯ୍ୟକ୍ରମରେ ଜନ ସମାବେସକୁ ବାଦଦେଇ ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମାନି ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ମନୋଜ ନନ୍ଦ ଅତିଥିଭାବେ ଯୋଗ ଦେଇ ପ୍ରତିକାତ୍ମ ରାବଣରେ ଅଗ୍ନି ସଂଯୋଗ କରିଥିଲେ ।

ରିପୋର୍ଟ ସଞ୍ଜୀବ କୁମାର ।