
ଜଟଣୀ,୨୭/୧୦(ଜିଲ୍ଲା ଖବର) : ଜଟଣୀର ସେଛାସେବୀ ସଂଗଠନ ଜନକଲ୍ୟାଣ ସଂଘ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ପୌରକାର୍ଯ୍ୟାଳୟ ପରିସରରେ ପୌରନିର୍ବାହୀ ଦିଲିପ କୁମାର ମହାନ୍ତୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘର ଉପଦେଷ୍ଟା ଯୋଗେଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରନିର୍ବାହୀ ଶ୍ରୀ ମହାନ୍ତୀଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରିବା ସହିତ ଜନକଲ୍ୟାଣ ସଂଘ ସମସ୍ତ ସମାଜସେବା କାର୍ଯ୍ୟରେ ସହଯୋଗ କରିବାକୁ ପୌରନିର୍ବାହୀଙ୍କୁ ନିକଟରେ ସଙ୍କଳ୍ପବଦ୍ଧ ହୋଇଥିଲେ । କେବଳ ବସ୍ତିବାସିନ୍ଦା ନୁହେଁ ବରଂ ଯେ କୌଣସି ସମାଜମଙ୍ଗଳକାରୀ କାର୍ଯ୍ୟହେବ ସେଥିରେ ଜନକଲ୍ୟାଣ ସଂଘ ସହଯୋଗର ହାତ ବଢାଇବ ବୋଲି ଉପଦେଷ୍ଟା ଯୋଗେଶ ଚନ୍ଦ୍ର ନାୟକ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ମହମ୍ମଦ କମ,ସମ୍ପାଦକ ନବୀନ ମହାପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଆଇନ ପରାମର୍ଶଦାତା ଶିବୁ ରଥ, ଉପସଭାପତି ସନାତନ ନାୟକ,ମନୋଜ ବାରିକ, କୋଷାଧ୍ୟକ୍ଷ ଅରୁପା ନନ୍ଦ ନାୟକ,ଯୁଗ୍ମ ସମ୍ପାଦକ ଭବାନୀ ଶଙ୍କର,କାର୍ଯ୍ୟକାରୀ ସଭ୍ୟ ସଂଗ୍ରାମ ସାହୁ,ମହମ୍ମଦ ସାଜନ,ସନ୍ୟାସୀ, ପ୍ରତିମା ଦେଇ,ଶୈଳବାଳା ପୃଷ୍ଟି, ଲିଳାବତୀ ଦାଶ, ଏମ ଭାନୁଙ୍କ ସହିତ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ ସଞ୍ଜୀବ କୁମାର ।



