Wednesday, October 14, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ରେ ଗତକାଲି ସନ୍ଧ୍ୟା ସମୟରେ ଜିଡୁବାଡ଼ି ଛକ ନିକଟ ଘର ସାମ୍ନାରେ...

କନ୍ଧମାଳ ଜିଲ୍ଲା ରେ ଗତକାଲି ସନ୍ଧ୍ୟା ସମୟରେ ଜିଡୁବାଡ଼ି ଛକ ନିକଟ ଘର ସାମ୍ନାରେ ବୋଲେରୋ ଧକାରେ 5 ବର୍ଷର ଶିଶୁର ମୃତ୍ୟୁ

110

ବାଲିଗୁଡା,୨୬/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ରେ ଗତକାଲି ସନ୍ଧ୍ୟା ସମୟରେ ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟ ନିଜ ଘର ସାମ୍ନା ରାସ୍ତାକଡ଼ରେ ସୁଶୀଳ ପ୍ରଧାନଙ୍କ 5 ବର୍ଷର ପୁଅ ଯାଦବ ପ୍ରଧାନ ଠିଆ ହୋଇଥିବା ସମୟରେ ଗୋଟିଏ ବୋଲେରୋ ଧକ୍କା ଦେଇ ଚାଲିଯାଇଥିଲା ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ହେଲେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଘଟଣାରେ ଆଜି ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା କ୍ଷତିପୂରଣସହ ବୋଲେରୋ ଚାଳକକୁ ଗିରଫ ଦାବିରେ ଗୁଞ୍ଜିବାଡ଼ିଠାରେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ 6 ଘଣ୍ଟା ଧରି ବାଲିଗୁଡ଼ାରୁ ବ୍ରହ୍ମପୁର ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ଠପ୍‌ ହୋଇପଡ଼ିଥିଲା । ଘଟଣାସ୍ଥଳରେ ଜି.ଉଦୟଗିରି ଏସଡିପିଓ, କ.ନୂଆଗାଁ ତହସିଲଦାର, ସାରଙ୍ଗଡ଼ ଥାନା ଅଧିକାରୀ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।