Thursday, October 15, 2026
Home ଆଞ୍ଚଳିକ ଦାରିଙ୍ଗିବାଡି ରେ ୪୮ କେଜିରୁ ଅଧିକ ଗଞ୍ଜେଇ ଜବତ, ଦୁଇ ଯୁବକ ଗିରଫ

ଦାରିଙ୍ଗିବାଡି ରେ ୪୮ କେଜିରୁ ଅଧିକ ଗଞ୍ଜେଇ ଜବତ, ଦୁଇ ଯୁବକ ଗିରଫ

151

ବାଲିଗୁଡା,୨୬/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଥାନା କିରୀକୁଟି ପଞ୍ଚାୟତର ଆଦିବାସୀ କଲେନୀ ସାହିରେ ଦୁଇଜଣ ଯୁବକ ରାସ୍ତାର ପାଶ୍ୱରେ ଗଞ୍ଜେଇ ରଖି ଗାଡିକୁ ଅପେକ୍ଷା କରିଥିଲେ । ଠିକ ସେହି ସମୟରେ ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଯୁବକକୁ କାବୁ କରିବାରେ ସଫଳ ହୋଇଥିଲେ । ଘଟଣା ସ୍ଥଳରୁ 48 kg 200 ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଦୁଇ ଯୁବକ ହେଲେ ଜଗତସିଂହପୁର ଆଲିପିଙ୍ଗଲ ଗ୍ରାମର ଉଲ୍ଲାସ ଚନ୍ଦ୍ର ମଲ୍ଲିକ ଓ ଆଉ ଜଣେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଗୁଞ୍ଜିବାଡି ଗ୍ରାମର ମିଥୁନ ଦିଗାଲ । ଉଭୟଙ୍କୁ ଦାରିଙ୍ଗବାଡି ପୋଲିସ ଗିରଫ କରି ଏନ.ଡି.ପି.ଏସ ଆର୍ଟ ଅନୁସାରେ କେଶ ନମ୍ବର 128 ରେ ଗିରଫ କରି କୋର୍ଟ ଚାଳଣ କରିଛି । ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ