Sunday, November 15, 2026
Home ଆଞ୍ଚଳିକ ହୃଦରୋଗରେ ପୀଡିତ ଗୁରୁତର ପିଲାର ଆକୁଳ ନିବେଦନ…. ମୋତେ ବଞ୍ଚେଇ ଦିଅ……ବାପାଙ୍କ ଆଖି ନଷ୍ଟ, ମା...

ହୃଦରୋଗରେ ପୀଡିତ ଗୁରୁତର ପିଲାର ଆକୁଳ ନିବେଦନ…. ମୋତେ ବଞ୍ଚେଇ ଦିଅ……ବାପାଙ୍କ ଆଖି ନଷ୍ଟ, ମା ଓ ସାନ ପୁଅ ମାନସିକ ବିକାରଗ୍ରସ୍ତ. ..

47

ବେଗୁନିଆପଡା,୨୬/୧୦(ଜିଲ୍ଲା ଖବର) : ଏ ମା ମୋ ଗୋଡକୁ ଦବା ଭାରି କଷ୍ଟ ହେଉଛି |ଏହି ବିକଳ ସ୍ୱର ହେଉଛି ଘର ଭିତରେ ଶଯ୍ୟାଶାୟୀ 12 ବର୍ଷର କୋମଳ ପିଲା ଅଜୟ l ପାଟିରୁ କଥା ବାହାରୁନି କେବଳ କାଶି କାଶି ଲୁହ ଭରା କଣ୍ଠରେ କହୁଛି ମୋତେ ବଞ୍ଚେଇ ଦିଅ l ଅଜୟ ସାହୁ (12) ନିଜ ଗାଁ ସୁମଣ୍ଡଳରେ ଷଷ୍ଠ ଶ୍ରେଣୀର ଛାତ୍ର l ସୁମଣ୍ଡଳ ପଂଚାୟତ ର ଭାଲିଆଝର ପଂଜାବୀ ସାହିରେ ଘର lବାପା ମାନସ ସାହୁ ମା ସୁନିତା ସାହୁ ଙ୍କର ଦୁଇ ପୁଅ ଅଜୟ ଓ ସ୍ୱାଧୀନ l ଗରିବ ସହ ଜମି ବାଡି ଆଦୌ ନାହିଁ lଅଜୟ 3 ବର୍ଷ ପୂର୍ବରୁ ହୃଦରୋଗରେ ପୀଡିତ l ଦେଢ଼ ବର୍ଷ ପୂର୍ବେ ତାକୁ ବାପା ଓ ମା ପୁଟପର୍ତୀ ହସ୍ପିଟାଲକୁ ନେବା ପରେ ସେଇଠି ଡାକ୍ତର ତାକୁ ଦେଖି ଔଷଧ ଦେବା ସହ 3 ବର୍ଷ ପରେ ଆସିବାକୁ କହିଥିଲେ କିନ୍ତୁ ଗୋଟିଏ ପଟେ ଅର୍ଥାଭାବ ସହ ଅପର ପଟେ କରୋନା ତାଙ୍କ ଯିବାରେ ବାଧା ସୃଷ୍ଟି କଲା l ତିନି ମାସ ପୂର୍ବେ ଅବସ୍ଥା ଗୁରୁତର ହେବା ଯୋଗୁଁ ପୁଅକୁ ନେଇ ବାପା ମା ଭୁବନେଶ୍ୱର ଏମସ ହସ୍ପିଟାଲକୁ ଯାଇଥିଲେ କିନ୍ତୁ ସେଇଠି କରୋନା ଯୋଗୁଁ ସିକ୍ୟୁରିଟି ଭିତରକୁ ଛାଡିଲା ନାହିଁ ଓ ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ କହିବା ପରେ ବାପାର ଫୋନ କୁ ଡାକ୍ତର ଗ୍ରହଣ କଲେନାହିଁ l ଶେଷରେ କାନ୍ଦି କାନ୍ଦି ବାପା ମା ଘରକୁ ଫେରି ଆସିଲେ l ବର୍ତ୍ତମାନ ଅଜୟ ଅବସ୍ଥା ଗୁରୁତର lନା ଶୋଉଛି ନା ବସି ପାରୁଛି l ଛାତିରେ ଅସହ୍ୟ ଯନ୍ତ୍ରଣା l ସେପଟେ ଦୁଇ ମାସ ତଳେ ବାପା ଅଜୟ ରାସ୍ତାରେ ଯାଉଥିବା ବେଳେ ଏକ ଗୋବର ପୋକ ଆସି ତାଙ୍କ ଡାହାଣ ଆଖିରେ ମାଡ଼ ହେବା ପରେ ସେ ଯାଇ ଡାକ୍ତରଙ୍କୁ ଦେଖାଇବା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ଡାହାଣ ଆଖିର ଡୋଳା ସମ୍ପୂର୍ଣ୍ଣ ନଷ୍ଟ ହୋଇ ପଚି ଯାଇଛି l ଘରେ ଅଜୟଙ୍କ ମା ସୁନିତା ମାନସିକ ରୋଗୀ ତଥାପି ବାଧ୍ୟ ହୋଇ ମୂଲ ଲାଗିବାକୁ ଯାଇ ଦୁଇ ପଇସା ଆଣିଲେ ଘରେ ଦୁଇ ମୁଠା ରୋଷେଇ ହେଉଛି |ସେପଟେ ସାନ ପୁଅ ମଧ୍ୟ ମାନସିକ ରୋଗୀ l ମାନସଙ୍କ ଆଖି ମାଡ ପରେ ସେ ଆଉ କାମ କରି ପାରୁନାହାନ୍ତି l ମେଡିକାଲ ଯାଇ ସାଇପଡିଶା ରୁ ଆଣିଥିବା ଉଧାର ଟଙ୍କା ବି ସରିଗଲା |ନିଜ ଘରକୁ ଅନ୍ୟ ଜଣଙ୍କୁ ବିକି ଦେଇ ଦୁଇ ପିଲା ଓ ସ୍ୱାମୀଙ୍କ ଚିକିତ୍ସା କଲା ପରେ ମଧ୍ୟ 2 ଲକ୍ଷ ରୁ ଉର୍ଦ୍ଧ ଟଙ୍କା କରଜ କରିସାରିଲେଣି |ବଡ଼ ପୁଅ ଅଜୟ ପାଖରେ ବସି ତାକୁ ଆଉଁସି ଆଉଁସି କାନ୍ଦୁଛନ୍ତି ବାପା ମା l ମା ଘରକୁ ଫେରିଲେ ପୁଅ କୁ ଦେଖି ଭୋ ଭୋ କାନ୍ଦୁଛନ୍ତି l ଘରେ 4 ଜଣ ଯାକ ମଣିଷ ବର୍ତ୍ତମାନ ରୋଗୀ l ବର୍ତ୍ତମାନ ଅଜୟଙ୍କ ଅବସ୍ଥା ସଙ୍କଟାପନ୍ନ l କେବଳ ହାତ ଯୋଡି ଜୀବନ ପାଇଁ ଭିକ୍ଷା ମାଗୁଛି l ସାହାଯ୍ୟ ପାଇଁ ବାପା ଓ ମା ଆକୁଳ ନିବେଦନ କରୁଛନ୍ତି l ଏ ନେଇ ସୁମଣ୍ଡଳ ସରପଞ୍ଚ ସନ୍ତୋଷିନୀ ସାହୁ ଙ୍କୁ ଯୋଗାଯୋଗ କରିବାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ପାଇଁ ସେ ଜଣାଇଥିବା କଥା କହିଛନ୍ତି | ପ୍ରଶାସନ ହେଉ କି ସ୍ବେଛାସେବୀ ଅନୁଷ୍ଠାନ ହେଉ ତାଙ୍କ ପାଇଁ ସହଯୋଗର ହାତ ପାଇଁ ସେ ଅନୁରୋଧ କରିଛନ୍ତି l