
ରାୟଗଡା,୨୫/୧୦(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମ ପଚାୟତ ରେ ଚାଲିଛି ଗାଈ ଗୁହାଳ ନାମରେ ଠକେଇ।କାରଣ ଯେଉଁ ହିତାଧିକାରୀ ଗାଈ ଗୁହାଳ ପାଇବା ପାଇଁ ଯୋଗ୍ୟ ସେମାନେ ଗାଈ ଗୁହାଳ ପାଇ ପାରୁ ନାହାନ୍ତି।ଆଉ ଯେଉଁ ହିତାଧିକାରୀ ଅଯୋଗ୍ୟ ସେମାନେ ଗାଈ ଗୁହାଳ ପାଉ ଛନ୍ତି।ଏହି ପରି ଘଟଣା ଘଟିଛି ଆମ ହାଟମୁନିଗୁଡା ଗ୍ରାମ ପଚାୟତ ରେ। ଏହି ବିଷୟରେ ଆମେ ବହୁ ବାର ହାଟମୁନିଗୁଡା ଭେଟ୍ ନେରି ର ଏଲ୍ ଆଇ କମି ମହାପାତ୍ର କୁ ବହୁତ ବାର ତଥ୍ୟ ମାଗି ଥିଲୁ । ହେଲେ ସେ ଆମକୁ ଦିନରେ ଲଣ୍ଠନ ଦେଖାଉଛନ୍ତି। ହେଲେ ବହୁ ବାର ମାଗିବା ପରେ ମଧ୍ୟ ଆମକୁ କିଛି ତଥ୍ୟ ମିଳି ପାରି ନଥିଲା।ଏହି ବିଷୟରେ ଆମେ ବିଷମକଟକ ଭେଟ୍ ନେରି ର ଭି ଏସ୍ ସାର କୁ ଯୋଗାଯୋଗ କରିବା ପରେ ସେ ହାଟମୁନିଗୁଡା ଏଲ୍ ଆଇ କମି ମହାପାତ୍ର କୁ ସମସ୍ତ ତଥ୍ୟ ଦେବା ପାଇଁ ଆଦେଶ ଦେଇଥିଲେ ।ହେଲେ ମଧ୍ୟ ଭି ଏସ୍ କ କଥା କୁ ଏଲ୍ଆଇ କମି ମହାପାତ୍ର ପାଳନ କରି ନ ଥିଲେ ।କାରଣ ଯୋଗ୍ୟ ହିତାଧିକାରୀ ମାନେ ପାଇ ନାହାନ୍ତି।ଏବଂ ଅଯୋଗ୍ୟ ହିତାଧିକାରୀ ମାନେ ପାଇ ଛନ୍ତି। ଏହି ଗାଈ ଗୁହାଳ ଭେଟ୍ ନେରି ଷ୍ଟାପ୍ କିପରି ଜାଲିଆତି ତାଲିକା ପ୍ରସ୍ତୁତ କରି ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଗାଈ ଗୁହାଳ ଦେଇଛନ୍ତି।ତାର ତଦନ୍ତ କରି ଦୋଷି କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧି ଜୀବି ମହଲରେ ଦାବି।
ରିପୋର୍ଟ,ପ୍ରସନ କୁମାର ପଣ୍ଡା ।


