Home ଆଞ୍ଚଳିକ ତରାବୋଇ ଗୃହଦାହ ଘଟଣାକୁ ଖଣ୍ଡନ

ତରାବୋଇ ଗୃହଦାହ ଘଟଣାକୁ ଖଣ୍ଡନ

26

ଜଟଣୀ,୨୫/୧୦(ଜିଲ୍ଲା ଖବର) : ଗତ ୧୮ ତାରିଖ ବିଳମ୍ବିତ ରାତିରେ ଏ । ଜଟଣୀ ଥାନା ତରାବୋଇ ଗ୍ରାମରେ ରଘୁନାଥ ତାଡ଼ଙ୍କ ଘରେ ଦୁବୃତ୍ତମାନେ ବାହାରପଟୁ କବାଟ ବନ୍ଦ କରି ନିଆଁ ଲଗାଇ ନିର୍ମମଭାବେ ହତ୍ୟା କରିବାକୁ ଯୋଜନା କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ରଘୁନାଥ ଜଟଣୀ ଥାନାରେ ରୁନା ଜେନାଙ୍କ ପରିବାରର ୪ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗକୁ ଗୁନା ଜେନାଙ୍କ ପରିବାର ଖଣ୍ଡନ କରିବା ସହିତ ଭୁବନେଶ୍ବର ରାଜ୍ୟ ଗ୍ରାମୀଣ ମହିଳା ବିକାଶ ସଂଗଠନକୁ ଅବଗତ କରିଥିଲେ। ଏ ନେଇ ଶନିବାର ଜଟଣୀ ବାଲିଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରେ ରାଜ୍ୟ ଗ୍ରାମୀଣ ମହିଳା ବିକାଶ ସଂଗଠନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ ହୋଇଥିଲା । ସଂଗଠନର ସମ୍ପାଦିକା ବିନ୍ଦୁଶ୍ରୀ ଖଣ୍ଡୟତରାୟଙ୍କ ନେତୃତ୍ବରେ ସଭାନେତ୍ରୀ ସୌଦାମିନୀ ସାମନ୍ତରାୟ ଓ ମନୋରମା ଭୂୟାଁ ପ୍ରମୁଖ ଯୋଗଦେଇଥିଲେ । ରୁନା ଜେନାଙ୍କ ପରିବାର ଏବଂ ରଘୁନାଥ ତାଡ଼ଙ୍କ ମଧ୍ୟରେ ଦୀର୍ଘ ଦିନରୁ ପୂର୍ବ ଶତୃତା ରହିଥିବାରୁ ରଘୁନାଥ ଆକ୍ରୋଶ ମୂଳକଭାବେ ରୁନାଙ୍କ ପରିବାରକୁ ଦୋଶାରୋପ କରୁଥିବା ବିନ୍ଦୁଶୀ ଖବରଦାତା ସମ୍ମିଳନୀରେ କହିଥିଲେ । ଅନ୍ୟପକ୍ଷରେ ଜଟଣୀ ଥାନାକୁ ରୂନା ବିଗତ ଦିନରେ ବାରମ୍ବାର ତାଙ୍କ ଘରୁ ଚୋରି ହେବା ଘଟଣା ଜଣାଇଥିଲେ ମଧ୍ୟ ଥାନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି । ତେଣୁ ଚୁନାଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅବହେଳା ପ୍ରତି ପୁଲିସ ପ୍ରଶାସନଉଚିତ ନ୍ୟାୟ କରୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା ପରିବାରର ୪ଜଣଙ୍କ ମଧ୍ୟରୁ ୨ ଜଣେ ଶିଶୁ ଚେତାଶୂନ୍ୟ ହୋଇଯାଇଥିଲେ।

ରିପୋର୍ଟ ସଞ୍ଜୀବ କୁମାର ।