ଆସିକାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହେଲା ଦେବଶିଳ୍ପୀଙ୍କ ପୂଜା

13


ଆସିିକା,୧୭/୯ (ଖିରୋଦ ଚନ୍ଦ୍ର ବେହେରା) :   ଆନନ୍ଦ ଓ ଉଦ୍ଧୀପନା ମଧ୍ୟରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଆସିକା ସହରରେ ଅନୁଷ୍ଠିତ ହୋଇଥିବା ବେଳେ ସହରର ବିଭିନ୍ନ କ୍ଲବ, ସରକାରୀ ଓ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ, ଗ୍ୟାରେଜ, ଟ୍ୟାକ୍ସିଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡ, ଟ୍ରକ ମାଲିକ ସଂଘ, ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଦିରେ ବିଶ୍ୱକର୍ମା ପୂଜା ଆନନ୍ଦ ସହ ପାଳିତ ହୋଇଛି । ପ୍ରଭୁ ବିଶ୍ୱକର୍ମା ସକଳ ସୃଷ୍ଟିର ନିର୍ମାଣ କାର୍ଯ୍ୟ କରିଥିବା ପୁରାଣରେ ବର୍ଣ୍ଣିତ ରହିଛି ।

ତେଣୁ ପ୍ରଭୁ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା କଲେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଶ୍ରଦ୍ଧାଳୁ ମାନେ ଏହି ପୂଜା ଅତି ନିଷ୍ଠାର ସହ ପାଳନ କରିଥିଲେ । ପୂଜା ମଣ୍ଡପ ଗୁଡିକୁ ରଙ୍ଗିନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା । ଏହି ଅବସରରେ ଆସିକା ତାଲୁକ ବିଶ୍ୱକର୍ମା ସମାଜ କୋଟିନଡା ପକ୍ଷରୁ ବିଶ୍ୱକର୍ମା ମହାପ୍ରଭୁଙ୍କ ପୂଜା ଉତ୍ସବ ଧୁମଧାମରେ ପାଳିତ ହୋଇଥିବା ବେଳେ ଆସିକା ବିଧାୟିକା ପ୍ରମିଳା ସ୍ୱାଇଁ , ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ କୋଟିନଡା ପାହାଡ ଠାରେ ପହଁଚି ପ୍ରଭୁ ବିଶ୍ୱକର୍ମାଙ୍କୁ ଦର୍ଶନ କରିଥିଲେ ।

ବିଶ୍ୱକର୍ମା ପ୍ରଭୁଙ୍କ ପୂଜା,ହୋମ,ଯଜେ୍ଞାପବିତଧାରଣ, ପୁଷ୍ପାଞ୍ଜଳୀ ଓ ଶେଷରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା । ସହିପରି ଆସିକା ସମବାୟ ଚିନିଶିଳ୍ପ ଶ୍ରମିକ ସଂଘ କାର୍ଯ୍ୟାଳୟ, ଆସିକା ବାଣିବିହାର ସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ( ପିଏଚଡି ଅଫିସ ), ଆସିକା ଆର୍ୟୁବେଦିକ ଫାର୍ମାସିଉଟିକାଲ , କଲେଜ ଛକ ସ୍ଥିତ ମହାତ୍ମାଗାନ୍ଧୀ ଆଇଟିଆଇ ତାଲିମ କେନ୍ଦ୍ର, ଆସିକା କୁମ୍ଭାର ସାହି ସ୍ଥିତ ଶିବାନନ୍ଦ ଆଇଟିଆଇ ତାଲିମ କେନ୍ଦ୍ର, ଶଙ୍କର ୱେଲଡିଙ୍ଗ ସପ ନୁଆଗାଁ,ଚିନିଶିଳ୍ପ ନୁଆଗାଁ ବିଦ୍ୟୁତ ଡିଭିଜନ ଅଫିସ-୨ କାର୍ଯ୍ୟାଳୟ, ମୁକୁନ୍ଦପୁର ୱେଲଡିଂ ସପ, ବିଜୁ ଛକ ସ୍ଥିତ କାମେଶ୍ୱର ୱାର୍କ ସପ, କଳିଙ୍ଗରୋଡ ସ୍ଥିତ ସଞ୍ଜିତ ଇଞ୍ଜିନିୟରଂ ୱାର୍କ ସପ, କଳିଙ୍ଗରୋଡ ମହାଲକ୍ଷ୍ମୀ ୱାର୍କ ସପ, ମା ତାରାତାରିଣି ଆଇଟିଆଇ, ଆସିକା ସୂତାକଳ ରୋଡ କରଞ୍ଜେଇ ଆଇଟିଆଇ, ଆସିକା ମହାତ୍ମାଗାନ୍ଧି ରୋଡ ସ୍ଥିତ ବଜାର ସାହି ସ୍ୱର୍ଣ୍ଣକାର ସଂଘ ଆଦି ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି ।ସମସ୍ତ ମଣ୍ଡପ ଗୁଡିକ ବିଭିନ୍ନ ଫୁଲମାଳର ସୁସଜ୍ଜିତ ହୋଇ ଥିଲା ।